ସ୍ବାମୀଙ୍କୁ ଦେଖି ଉଡ଼ିଗଲା ଗର୍ଭବତୀ ସ୍ତ୍ରୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ବିହାରର ଭାଗଲପୁର ଅଞ୍ଚଳସ୍ଥ ଜେଲରୁ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି। ହତ୍ୟା ଉଦ୍ୟମ କରିବ‌ା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ସ୍ବାମୀଙ୍କୁ ଦେଖିବା ପାଇଁ ଗର୍ଭବତୀ ସ୍ତ୍ରୀ ଯାଇଥିଲେ। ସେ ଯେମିତି ହିଁ ସ୍ବାମୀଙ୍କ ଚେହେରା ଜେଲରେ ଦେଖିଥିଲେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଭାଗଲପୁର ଅଞ୍ଚଳର ଗୋବିନ୍ଦପୁରରେ ବସବାସ କରୁଥିବା ଗୁଡ୍ଡୁ ଯାଦବ ପଲ୍ଲବୀ ଯାଦବଙ୍କୁ ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ଇତିମଧ୍ୟରେ ପଲ୍ଲବୀ ୮ମାସର ଗର୍ଭବତୀ ଥିଲେ, ମାତ୍ର ୨୦ଦିନ ମଧ୍ୟରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସୂଚନା ‌ଦେଇଥିଲେ।