ଆଇପିଏସ ସ୍ତରରେ ଅଦଳବଦଳ: ପୁଣି ଅରୁଣ ବୋଥ୍ରାଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଆଇପିଏସ ସ୍ତରରେ ଅଦଳବଦଳ। ୧୯୯୬ ବ୍ୟାଚର ଆଇପିଏସ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ମିଳିଛି ନିଯୁକ୍ତି। ବର୍ତ୍ତମାନ କ୍ରୁଟର ନିର୍ଦ୍ଦେଶକ ଥିବା ବିଜୟ ଅମୃତ କୁଲାଙ୍ଗେଙ୍କ ଠାରୁ ଦାୟିତ୍ୱ ନେବେ ଅରୁଣ ବୋଥ୍ରା। ୧୯୯୭ ବ୍ୟାଚର ଆଇପିଏସ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ଓଏସଆରଟିସିର ସିଏମଡି ଭାବେ ନିଯୁକ୍ତ କରାଯାଇଛି। ସେହିପରି ୧୯୯୮ ବ୍ୟାଚର ଆଇପିଏସ ଅମିତାଭ ଠାକୁରଙ୍କୁ ପ୍ରିଜନ୍‌ସ ଆଣ୍ଡ କରେକ୍‌ସନାଲ ସର୍ଭିସେସର ଆଇଜି ଭାବେ ନିଯୁକ୍ତ କରାଯାଇଛି।

Spread the love