ମୋଦୀଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନେରେ ଶୁକ୍ରବାର ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିଛନ୍ତି । ମୋଦୀଙ୍କ ମହାରାଷ୍ଟ୍ର ଗସ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସମ୍ମୁଖରେ ଏହି ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୁନେରେ ଆୟୋଜିତ ଡିଜିପି ଓ ଆଇଜିପି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଏହି ଗସ୍ତ କରିଛନ୍ତି ସବୁଠାର ବଡ଼ କଥା ହେଲା ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।  ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ଓ ବିଜେପି ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ କିନ୍ତୁ ନିର୍ବାଚନ ପରେ ସରକାର ଗଢ଼ିବା ନେଇ ଦୁଇ ପାର୍ଟି ମଧ୍ୟରେ ମତାନ୍ତର ଦେଖାଯାଇଥିଲା । ବିବାଦ ବଢ଼ିପାରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରି ଦିଆଯାଇଥିଲା । ଶେଷରେ ମହାରାଷ୍ଟ୍ରର ରାଜନୈତିକ ନାଟକ ଶେଷ ହେବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । 

Spread the love