ଜିଓର ନୂଆ ରେଟ୍‌ ଚାର୍ଟ

ଜିଓ ନିଜର ନୂଆ ଟାରିଫ୍‌ ପ୍ଳାନ୍ ଲାଗୁ କରି ସାରିଛି। ଡିସେମ୍ବର ୪ ତାରିଖରେ ଅଲ-ଇନ-ଓ୍ବାନ ପ୍ଲାନ ଜିଓ ଘୋଷଣା କରିଥିଲା। ନୂଆ ଟାରିଫ୍‌ ପ୍ଲାନରେ ୧୯୯ ଟଙ୍କା, ୫୫୫ ଟଙ୍କା ଓ ୨,୧୯୯ ଟଙ୍କା ଭଳି ନୂଆ ନୂଆ ପ୍ଲାନ ସାମିଲ ରହିଛି।

୧୯୯ ଟଙ୍କା ପ୍ଲାନର ବୈଧତା ମାତ୍ର ୨୮ ଦିନ ରହିଛି।  ଏହି ପ୍ଲାନରେ ଜିଓ ଟୁ ଜିଓ ଫ୍ରି କଲିଂର ସୁବିଧା ରହିଛି।  ଏଥିସହ ଅନ୍ୟ ନେଟ୍ଓ୍ବାର୍କକୁ ଭଏସ କଲିଂ ପାଇଁ ୧୦୦୦ ହଜାର ମିନିଟ୍‌ ମିଳିବା ସହ ପ୍ରତିଦିନ ୧.୫ ଜିବି ଡାଟା ୟୁଜର୍ସଙ୍କୁ ଦିଆଯିବ।

ସେହିପରି ଜିଓ ନିଜର ୨୪୯ ଟଙ୍କାର ନୂଆ ଟାରିଫ୍‌ ପ୍ଲାନ ଘୋଷଣା କରିଛି। ଏହି ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିସହ ଜିଓ ଟୁ ଜିଓ ଫ୍ରି ଭଏସ କଲିଂର ସୁବିଧା ରହିଛି। ଅନ୍ୟ ନେଟ୍‌ଓ୍ବାର୍କକୁ ଫ୍ରି କଲ କରିବା ପାଇଁ ୧୦୦୦ ମିନିଟ୍‌ ମିଳିବ । ପ୍ରତିଦିନ ୨ ଜିବି ଡାଟା ୟୁଜର୍ସଙ୍କୁ ମିଳିବ।

Spread the love