ଯବାନଙ୍କ ଗତିବିଧି ଜାଣିବା ପାଇଁ ମାଓବାଦୀ ବ୍ୟବହାର କରୁଛନ୍ତି ଡ୍ରୋନ

ୟକତାମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଓ ତେଲେଙ୍ଗାନାର ମାଓବାଦୀମାନେ ସୁରକ୍ଷା ବାହିନୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରୁଥିବା ଜଣାପଡ଼ିଛି। ସୁରକ୍ଷା ବାହିନୀ‌ କେଉଁଆଡେ ଯାଉଛନ୍ତି ଓ କେଉଁ ସ୍ଥାନରେ ଲୁଚି ରହିବା ସ୍ଥାନ ଉପରେ ମାଓବାଦୀମାନେ ନଜର ରଖୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ବସ୍ତର ଅଞ୍ଚଳରେ ରହିଥିବା ମାଓବାଦୀ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଉପଲବ୍ଧ ଥିବା ଜଣାଯାଇଛି।
ଡ୍ରୋନ କ୍ୟାମେରାଗୁଡ଼ିକ ଅନଲାଇନରେ ମିଳୁଥିବା ବେଳେ ତାହାକୁ କିଣିବା ସହଜ ହୋଇଯାଇଛି। ଏଥିସହ ବିବାହରେ ଭିଡିଓଗ୍ରାଫରମାନ‌େ ଯେଉଁ ଡ୍ରୋନ ବ୍ୟବହାର କରୁଛନ୍ତି ସେଭଳି ଡ୍ରୋନ ବ୍ୟବହାର କରୁଛନ୍ତି। ଏହି ଡ୍ରୋନ ବ୍ୟବବାର ପାଇଁ ସେମିତି କୌଣସି ଅତ୍ୟାଧୁନିକ ‌କୌଶଳର ଆବଶ୍ୟକତା ପଡ଼ୁନି। ଏନେଇ ସୁରକ୍ଷା ବାହିନୀ ରହୁଥିବା କେତେକ ସ୍ଥାନରେ ଡ୍ରୋନ ଉଡ଼ାଇବା ନେଇ ମଧ୍ୟ ପୁଲିସ କଠୋର ନିୟମ କରିଥିବା ସୂଚନା ମିଳିଛି।

ତେଲେଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୁଲିସ ଗିରଫ କରିବା ପରେ ଡ୍ରୋନ ସଂପର୍କିତ କଥା ସାମ୍ନାକୁ ଆସିଛି। ସେମାନଙ୍କଠାରୁ ଗୋଟିଏ ଡ୍ରୋନ୍ ଜବତ କରାଯାଇଥିଲା। ମାଓବାଦୀମାନେ ଡ୍ରୋନ୍ ବ୍ୟବହାର କରଥିବା ଜଣାଯିବା ପରେ ସୁରକ୍ଷା ବାହିନୀଙ୍କ ଲାଗି ଚିନ୍ତାଜନକ ବିଷୟ ହୋଇଛି। ଏଥିଲାଗି ଅଧିକ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

Spread the love