ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଔଷଧ

ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଔଷଧ । ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ହାଇଲେବୁଲ କେନାଲ ବନ୍ଧ ପର୍ବତୀ ଘାଟ ଠାରୁ ଆଖୁଆପଦା ମଧ୍ୟରେ ଆଜି ଏହି ସରକାରୀ ଔଷଧ ପଡିଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ଔଷଧ ନିଗମ ପକ୍ଷରୁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାକୁ ପ୍ରତି ମାସରେ ମେଡ଼ିସିନ ଯୋଗା ଯାଇଥାଏ। ବିଭିନ୍ନ ରୋଗ ପାଇଁ ଜନସାଧାରଣ ମାନେ ଯେ ଭଳି ମାଗଣାରେ ଔଷଧ ପାଇବେ ସେଥିପାଇଁ ନିରାମୟ ଯୋଜନା ମାଧ୍ୟମରେ ସରକାର ଔଷଧ ଯୋଗାଇଥାନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ଔଷଧ ଯୋଗାଯାଇଥାଏ।

ପରିତାପର ବିଷୟ ହଜାର ହଜାର ଟଙ୍କାର ଔଷଧ ଆଜି ହାଇଲେବୁଲ କେନାଲ ବନ୍ଧର ବିଭିନ୍ନ ବୁଦା ମୂଳେ ପଡିଥିବା ଦେଖିବାକୁ ମିଳିଛି। ଔଷଧ ଖୋଳ ଉପରେ ରାଜ୍ୟ ସରକାରଙ୍କ ଲୋଗ ଲାଗିଥିବା ବେଳେ ଏହା ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ହୋଇଛି। ସୁତରାଂ ଏହା କୌଣସି ସରକାରୀ ଡାକ୍ତରଖାନାର ଗଚ୍ଛିତ ଔଷଧ ବୋଲି ଜଣାପଡିଛି। ନିକଟରେ ମଞ୍ଜୁରୀ ଓ ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଔଷଧ ପଡିଥିବା ସ୍ଥାନରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ୫କିମି ଅଟେ.ତେଣୁ ୫ଟି ସଚିବଙ୍କ ଭଣ୍ଡାରିପୋଖରୀ ଗସ୍ତ ପୂର୍ବରୁ ନିଜ ଦୋଷ ଲୁଚାଇବାକୁ ସ୍ୱାସ୍ଥ୍ୟ ବିଭାଗ ଏଭଳି ଚକ୍ରାନ୍ତ ପୂର୍ବକ ସରକାରୀ ଔଷଧ ଗୁଡିକୁ କେନାଲ ବନ୍ଧର ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଆଲୋଚନା ହେଉଛି।

Spread the love