ବିଳମ୍ବିତ ରାତିରେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼

ବିଜେଡି ନେତାଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼। କାହ୍ନୁ ଚରଣ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଜ ଘର ଆଗରେ ଛିଡା ହୋଇଥିବାବେଳେ ଦୁର୍ବୁତ୍ତମାନେ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କାହ୍ନୁ ଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କାହ୍ନ ବିଜେଡି ନେତା ସହ ବିଭିନ୍ନ ପ୍ରକାରର ଠିକାଦାରି ମଧ୍ୟ କରିଥାନ୍ତି।
ପୂର୍ବରୁ ମଧ୍ୟ ୨ଥର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହାସହ ୨୦୨୨ ଅକ୍‌ଟୋବର ୧୦ ତାରିଖରେ ଘର ଓ ଗାଡି ଉପରକୁ ବୋମା ମାଡ଼ ହୋଇଥିଲା। ୨୦୨୨ ଡିସେମ୍ବର ୨୮ରେ ତାଙ୍କୁ ଅପହରଣ ନେଇ ଉଦ୍ୟମ କରାଯାଇଥିଲା। ହେଲେ ସେ ଖସି ପଳାଇଥିଲେ। ଗତକାଲି ପୁଣି ଥରେ ତାଙ୍କ ଉପରେ ଗୁଳି ମାଡ଼ ହୋଇଛି। କିଏ ଓ କାହିଁକି ବାରମ୍ବାର ଆକ୍ରମଣ କରୁଛନ୍ତି କାରଣ ଅସ୍ପଷ୍ଟ ରହିଛି। କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିବା ସହ ତଦନ୍ତ ଜାରି ରଖିଛି।

Spread the love