ଲୋକସଭା ନିର୍ବାଚନ ଲଢ଼ିବେ ଦୁଇ କେନ୍ଦ୍ରମନ୍ତ୍ରୀ, ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା

ଲୋକସଭା ନିର୍ବାଚନ ଲଢ଼ିବେ ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ନିର୍ବାଚନ ଲଢ଼ିବେ, ଏଥିରେ ସନ୍ଦେହ ନାହିଁ । କେଉଁଠାରୁ ସେ ନିର୍ବାଚନ ଲଢ଼ିବେ ତାହା ଦଳ ସ୍ଥିର କରିବ । ସେହିଭଳି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁଠୁ ନିର୍ବାଚନ ଲଢ଼ିବେ ଠିକ୍‌ ହୋଇନାହିଁ ।

10କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବିଜେପି । କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନ ଲଢ଼ିଲେ ଏହାର ସିଧାସଳଖ ଫାଇଦା ଦଳକୁ ମିଳିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ।

Spread the love