ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାରଙ୍କ ତରଫରୁ ରାସନକାର୍ଡଧାରୀମାନଙ୍କୁ ସେମାନଙ୍କ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ସମୟ ସୀମା ବୃଦ୍ଧି କରିଛନ୍ତି । ସୂଚନା ମୁତାବକ ରାସନକାର୍ଡଧାରୀମାନେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାସନକାର୍ଡ ସହ ଆଧାର କାର୍ଡ ଲିଙ୍କ କରିପାରିବେ । ଏନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଜଣେ ରାସନକାର୍ଡ ଧାରୀ ଗୋଟିଏରୁ ଅଧିକ ରାସନ କାର୍ଡ ରଖୁଥିବା ଅଭିଯୋଗ ଆସିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଥାଉକି ବିଭିନ୍ନ ସମୟରେ ରାସନକାର୍ଡଧାରୀମାନେ ସେମାନଙ୍କ ପରିବାରର କାହାର ମୃତ୍ୟୁ ହୋଇଗଲେ ମଧ୍ୟ ସେମାନେ ରାସନ କାର୍ଡରୁ ନାମ କାଟିବାକୁ ଆବେଦନ କରିନଥାନ୍ତି । ଏହାସହ ପରିବାରର ଝିଅ ବାହାଘର ହୋଇଯାଇଥିଲେ ମଧ୍ୟ ପରିବାର ଲୋକେ ତା ନାମରେ ରାସନ ସାମଗ୍ରୀ ଉଠାଇଥାନ୍ତି । ଏସବୁ ଉପରେ ରୋକ ଲଗାଇବା ଓ ପ୍ରକୃତ ହିତାଧିକାରୀଙ୍କୁ ରାସନ ବାଣ୍ଟିବା ପାଇଁ ସରକାର ଏବେ ରାସନ କାର୍ଡ ସହ ଆଧାରକାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି ।

Spread the love