ରଥଯାତ୍ରା ପୂର୍ବରୁ ଚାଲିଲା ମକଡ୍ରିଲ୍, ପୋଲିସ ଓ ପାରାମିଲିଟାରୀ ଫୋର୍ସ ସାମିଲ

ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍‌। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଉଛି । ତିନି ରଥର ସୁରକ୍ଷା, ରଥର ଇନର୍‌ ଓ ଆଉଟର କର୍ଡନ ଏବଂ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଉଛି। ପୋଲିସ ଓ ପାରାମିଲିଟାରୀ ଫୋର୍ସ ମଧ୍ୟ ସାମିଲ ଅଛନ୍ତି।

ଏଡିଜି ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। ତିନୋଟି ଜିପକୁ ୩ଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ରଥ ଟଣାଯାଉଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯିବ। ସୁରକ୍ଷିତ ରଥଯାତ୍ରା ପାଇଁ ମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ । ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

Spread the love