୨୦ ତାରିଖରୁ କମିବ ତାତି

ଖରା ତାତି ଓ ମୌସୁମୀ ଅପେକ୍ଷା ଭିତରେ ବଡ଼ ଆଶ୍ୱସ୍ତି । ଓଡ଼ିଶାରେ ୨୦ ତାରିଖରୁ କମିବ ତାତି । ପାଣିପାଗ କେନ୍ଦ୍ରର ଆକଳନ, ଜୁନ୍‌ ୨୧ରୁ ବଢିବ ବର୍ଷାର ବିସ୍ତତି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରୁ ପରବର୍ତ୍ତୀ ୨ ଦିନରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ତଳକୁ ଖସିବା ସମ୍ଭାବନା ରହିଛି । ସେପଟେ ସ୍କାଏମେଟ୍‌ର ଆକଳନ ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ସକ୍ରିୟ ହେବ। ଏହାପରେ କେନ୍ଦ୍ର ଓ ପୂର୍ବ ଭାରତରେ ଅନୁମାନଠାରୁ ଅଧିକ ବର୍ଷା ହୋଇପାରେ।

Spread the love