ସିଫା କମିଟି ସଦସ୍ୟଭାବେ ଦାୟିତ୍ୱ ଗ୍ରହଣ କଲେ ବିଶ୍ୱଜିତ୍ ସ୍ୱାଇଁ

ଭୁବନେଶ୍ୱର, ୨୧/୦୬: ଭୁବନେଶ୍ୱର କୌଶଲ୍ୟାଗଙ୍ଗଠାରେ ଥିବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ଅଧୀନ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ର ଆଗାମୀ ୩ବର୍ଷ ପାଇଁ ପରିଚାଳନା କମିଟିର ବିଜେପି କୃଷକମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସଦସ୍ୟଭାବେ ବିଶ୍ୱଜିତ୍ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସ୍ୱାଇଁ ହେଉଛନ୍ତି ବୋଲଗଡ ବ୍ଲକ ତାବରଧୁଆ ପାଟଣା ପଂଚାୟତ ବୁଡା ଗାଁର ବାସିନ୍ଦା ଓ ଭାରତୀୟ ଜନତା ପାର୍ଟିର ବେଗୁନିଆ-ବୋଲଗଡ ନିର୍ମାଚନ ମଣ୍ଡଳୀ ଜଣେ ଟାଣୁଆ ନେତା ଅଛନ୍ତି । ଶ୍ରୀ ସ୍ୱାଇଁଙ୍କୁ ଆଇସିଏଆରର ଅଧ୍ୟକ୍ଷ ତଥା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ସ୍ୱାଇଁଙ୍କ ନୂତନ ଦାୟିତ୍ୱ ପାଇଁ ସ୍ଥାନୀୟ ବିଜେପି ନେତୃବୃନ୍ଦ ରାଜ୍ୟ କୃଷକମୋର୍ଚ୍ଚାର ପଦାଧିକାରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ନୂତନ ଦାୟିତ୍ୱକ ନିଷ୍ଠା ଓ ଆତ୍ମବିଶ୍ୱାସ ସହ ଶ୍ରୀ ସ୍ୱାଇଁ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ ଏହି ନିଯୁକ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ବିଜେପି ନେତୃବୃନ୍ଦ ଶ୍ରୀ ସ୍ୱାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଖବର ଶୁଣି ଖୋର୍ଦ୍ଧା ଅଂଚଳର ବୁଦ୍ଧିଜୀବୀମାନେ ଶ୍ରୀ ସ୍ୱାଇଁଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଖୁସି ପ୍ରକଟ କରିଛନ୍ତି ।

Spread the love