ଆଳିରେ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିଲେ କଂଗ୍ରେସ କର୍ମୀ, ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି

ଅଘୋଷିତ ବିଦ୍ୟୁକ କାଟକୁ ନେଇ ଜାରି ରହିଛି ପ୍ରତିବାଦ । ଶକ୍ତି ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆଳିରେ କଂଗ୍ରେସର ପ୍ରତିବାଦ ଓ ଧାରଣା । ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ବାଇକ୍ ଶୋଭାଯାତ୍ରାରେ ବାହାରି ଆଳି ବଜାର ପରିକ୍ରମା କରିଥିଲେ ।ଏହାପରେ ଇଲେକ୍ଟ୍ରିକ୍ ଅଫିସ୍ ଘେରାଇ ସମୟରେ ଇଲେକ୍ଟ୍ରିିକ୍ ଅଫିସ୍ ଗେଟ୍ ବନ୍ଦ ଥିବାରୁ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃକ୍ୱରେ ଧାରଣା, ପ୍ରତିବାଦ ଦେଇଥିଲେ କଂଗ୍ରେସ କର୍ମୀ । ତେବେ ଏହି ଅବସରରେ ଶକ୍ତିମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ତାଙ୍କ ଇସ୍ତଫା ବି ଦାବି କରିଥିଲା କଂଗ୍ରେସ ।

 

Spread the love