6 ଓ୍ୱିକେଟ ନେଲେ ଚହଲ, 230ରେ ଅଟକିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ  ମ୍ୟାଚ୍‌ରେ  ସ୍ପିନର ୟୁଜବେନ୍ଦର ଚହଲ କମାଲ କରିଛନ୍ତି ।  ଚହଲ ଆଜି  6 ଓ୍ୱିକେଟ ନେଇ ଅଷ୍ଟ୍ରେଲିଆ  ଟିମକୁ ଧୂଳି ଚଟାଇ ଦେଇଛନ୍ତି ।  ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ 48.4 ଓଭରରେ ମାତ୍ର 230ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ମ୍ୟାଚ୍‌ ତଥା ସିରିଜ୍‌ ଜିତିବାକୁ ଭାରତ ଆଗରେ 231 ରନ୍‌ର ଟାର୍ଗେଟ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ପିଟର ହ୍ୟାଣ୍ଡସ୍କମ୍ବ 58 ରନ୍‌ର ଇନିଂସ୍‌ ଖେଳିଛନ୍ତି। ଭାରତ ପକ୍ଷରୁ ଚହଲ ସର୍ବାଧିକ 6ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ‌ଓ ମହମ୍ମଦ ଶାମି 2ଟି ଲେଖାଏ ୱିକେଟ୍‌ ନେଇଛନ୍ତି। ମେଲବର୍ଣ୍ଣ ପଡ଼ିଆରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

cricket

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଅଷ୍ଟ୍ରେଲିଆର ସ୍କୋର 8 ଥିବା ବେଳେ ଓପନର ଆଲେକ୍ସ କେରୀଙ୍କୁ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଆରୋନ୍‌ ଫିଞ୍ଚ କ୍ରମାଗତ ତୃତୀୟ ଥର ପାଇଁ ସିରିଜ୍‌ରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ମାତ୍ର 27ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆର ସ୍ଥିତକୁ କିଛି ସମୟ ପାଇଁ ଦୁଇ ଭେଟରାନ୍‌ ଶନ୍‌ ମାର୍ଶ ଓ ଉସ୍‌ମାନ ଖ୍ୱାଜା ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ 100ରେ ପହଞ୍ଚାଇ ଦୃଢ଼ ମୂଳଦୂଆ ପକାଇଥିଲେ। କିନ୍ତୁ ଏହି ସମୟରେ ଆରମ୍ଭ ହୋଇଥିଲା ଚହଲ ଚମକ।

Spread the love