ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ

 ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ । ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ସଦର ଥାନା ବେଶାଳିଆ ଗାଁର ଅଥାନି ଦେହୁରୀଙ୍କର ମୃତ୍ୟୁ ହୋଇଛି । ଅଥାନୀ ଗତ ରବିବାର ଚୋରା ମଦ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିଲେ । ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରି ଗତ ୧୯ ତାରିଖ ଅପରାହ୍ନରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କରାଗାର କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଥାନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏନେଇ କାରାଗାର କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Spread the love