ବିଜେଡ଼ିର କୁହାଳିଆ ମୁଖପାତ୍ର କେବଳ କଥା କହି ନିଜ ନେତାଙ୍କୁ ଖୁସି କରାଇବା ପାଇଁ ଚାହୁଁଛନ୍ତି – ସତରୁପା ମିଶ୍ର

ଭୁବନେଶ୍ୱର, ଜୁନ ୨୪ – ବିଜେଡ଼ି ପ୍ରବକ୍ତା ମାନେ ନିଜେ କଣ କହୁଛନ୍ତି ତାହା ବୋଧେ ନିଜେ ଜାଣି ପାରୁନାହାନ୍ତି । ବିଜେଡିର କୁହାଳିଆ ମୁଖପାତ୍ର ଇପସିତା ସାହୁ ଅଣ୍ଡା ଚୋରୀ ଠୁ ଆରମ୍ଭ କରି ଚାଉଳ ଚୋରି ପର୍ଯ୍ୟନ୍ତ ଦୁର୍ନୀତିରେ କିଭଳି ସାମିଲ ଥିଲେ, ଏ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ତାଙ୍କର ମନେ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମର ସଂଯୋଜିକା ସତରୁପା ମିଶ୍ର ।

ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ପଟ୍ଟା ଦେବା ପାଇଁ କହି ଟଙ୍କା ଆଦାୟ କରିବା ଘଟଣା କିଭଳି ଦାଣ୍ଡରେ ପଡି ହାଟରେ ଗଡୁଥିଲା, ଏ କଥା ପ୍ରବକ୍ତା ସାହୁଙ୍କର ବୋଧ ହୁଏ ମନେ ନାହିଁ । ଆଗକୁ ବଡ଼ ନେତା ହେବା ପାଇଁ ସ୍ୱପ୍ନ ଦେଖୁଥିବା ଇପସିତା କେବଳ କଥା କହି ନିଜ ନେତାଙ୍କୁ ଖୁସି କରିବା ପାଇଁ ଚାହୁଁଛନ୍ତି ସେ କଥା ସମସ୍ତଙ୍କୁ ଜଣା ।

ଦିଲ୍ଲୀରେ ରହି ବିଜୁ ଜନତା ଦଳର କୁହାଳିଆ ନେତା ଟୁଇଟ କରି ଯେଉଁ ଭିଡିଓ ବାର୍ତ୍ତା ଦେଉଛନ୍ତି ସେ ଦିନେ ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ କହିଥିଲେ । ଏଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ରାଷ୍ଟ୍ରୀୟ ପ୍ରବକ୍ତା ବନେଇଛନ୍ତି ? କନ୍ଧମାଳ ଦଙ୍ଗାରେ କେଉଁ ପରିବାର ସମ୍ପୃକ୍ତି ଥିଲା ଏ କଥା ସମସ୍ତଙ୍କୁ ଜଣା । ସେଭଳି ନେତାଙ୍କ ପାଇଁ ଆଜି ଓକିଲାତି କରାଯିବା ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Spread the love