ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ଟାଙ୍ଗି ଥାନା ଚଣ୍ଡେଶ୍ୱର ମୁଣ୍ଡାଳ ରାସ୍ତାରେ ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଟାଙ୍ଗି ଥାନା ପୋଲିସ । ଗତ ରବିବାର ଗୁଳିମାଡ଼ରେ ସୁଶାନ୍ତ ରାଉତଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ୩ଟି ବାଇକ୍‌ ଜବତ ହୋଇଛି । ଗତ ୧୪ ତାରିଖରେ ମୟୂରଭଞ୍ଜରେ ହୋଇଥିବା ଡକାୟତି ମାମଲାର ପର୍ଦାଫାସ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା କହଛନ୍ତି ଖୋର୍ଦ୍ଧା ଏସପି । ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା ନାଁରେ ୧୫ରୁ ଅଧିକ ମାମଲା ରହିଛି ।

Spread the love