କମିଶନରେଟ ପୋଲିସ ଜାଲରେ ନାଗା ବାବା ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୋଲିସ ଜାଲରେ ନାଗା ବାବା ଗ୍ୟାଙ୍ଗ । ୫ ଜଣ ଛଦ୍ମବେଶୀ ବାବାଙ୍କୁ ଧରିଲା କମିଶନରେଟ ପୋଲିସ । ସନ୍ଦିଗ୍ଧ ଭାବେ ବୁଲୁଥିବା ବେଳେ ମାଡି ବସିଲା ପୋଲିସ । ଗତକାଲି ଲୁଟ୍‌ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା । ରଘୁନାଥପୁରର ରାକେଶ ପଢ଼ିଆରୀ ସୁନା ଗହଣା ଚୋରି ନେଇ ଥାନାରେ ଏତଲା ଦେଇଥିଲେ । ଉତ୍ତରପ୍ରଦେଶ ନମ୍ବର ଥିବା ଏକ ବୋଲେରୋ ଗାଡ଼ି ଜବତ ହୋଇଛି । ଝଡ଼ାଫୁଙ୍କା, ତନ୍ତ୍ରମନ୍ତ୍ର ଆଳ କରି ନେଇଯାଉଥିଲେ ସୁନାଗହଣା । ଉତ୍ତରପ୍ରଦେଶ ପୋଲିସ ସହ ଏନେଇ ଆଲୋଚନା କରିବ କମିଶନରେଟ ପୋଲିସ ।

Spread the love