୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର : ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ସେଞ୍ଚୁରୀ ମାରିଲା ଟମାଟୋ। ସପ୍ତାହକ ମଧ୍ୟରେ ଦୁଇ ଗୁଣା ବଢିଛି ଦର। ଗତ ସପ୍ତାହରେ ୫୦ ଟଙ୍କା ଥିବାବେଳେ ଏବେ ୧୦୦ଟଙ୍କା ଛୁଇଁଛି। ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଖୁଚୁରା ବଜାରକୁ ମହଙ୍ଗା କରିଦେଇଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଏବେ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି। ଏବଂ କେବଳ ବେଙ୍ଗାଳୁରୁ ଟମାଟୋ ଉପରେ ଭରସା।ଚୀନ୍‌ ପରେ ଭାରତ ହେଛି ବିଶ୍ୱର ଦ୍ୱିତୀୟ ବଡ଼ ଟମାଟୋ ଉତ୍ପାଦନକାରୀ ଦେଶ। ଚୀନ୍‌ରେ ୫.୬ କୋଟି ଟନ୍‌ ଟମାଟୋ ଉତ୍ପାଦନ ହେଉଥିବାବେଳେ ଭାରତରେ ୨ କୋଟି ଟନ୍‌ ଟମାଟୋ ଉତ୍ପାଦନ ହେଉଛି। କେବଳ ଆଳୁ ଏବଂ ପିଆଜକୁ ଛାଡିଦେଲେ ସବୁ ପରିବା ଦର ଦୁଇ ଗୁଣ ବଢିଯାଇଛି। ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡ଼ଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି।

Spread the love