ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଊର୍ଦ୍ଧ୍ୱ ଆହତ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ପୂର୍ବାହ୍ନ ୧୦ଟା ୧୫ମିନିଟ ସମୟରେ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିପଡି ଏକ ଗଛ ଦେହରେ ପିଟିହେବା ଫଳରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର ବାରିପଦା ସଦର ଥାନା ଅଧୀନ ରଙ୍ଗାମାଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Spread the love