ୟୁନିଟ -5 ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା଼ ଯାତ୍ରା ୟୁନିଟ 5 ଜଗନ୍ନାଥ ମନ୍ଦିରରେ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୟୁନିଟ 6 ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହାରି ଭୁବନେଶ୍ୱର କ୍ଲବ ଦେଇ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ଆସିଥିଲା l ସକାଳୁ ମଙ୍ଗଳ ଆଳତି,ମାଇଲମ, ସକାଳ ଧୂପ ସହ ସମସ୍ତ ରୀତି ନୀତି ସମ୍ପର୍ଣ ହେବା ପରେ ଖିଚୁଡ଼ି ଭୋଗ ଖାଇବା ପରେ ବିଗ୍ରହ ମାନଙ୍କୁ ପହଣ୍ଡିରେ ରଥ ଉପରକୁ ଅଣାଯାଇଥିଲା l ମହାପ୍ରଭୁଙ୍କ ଛେରା ପଂହଁରା ହୋଇଥିଲା l ଦିନ 3ଟାରେ ରଥ ଟଣା ଆରମ୍ଭ ହୋଇଥିଲା l ଘଣ୍ଟ ଘଣ୍ଟା ଖୋଳ, ବିଜେ କାହାଳି,ଝାଞ୍ଜ ଆଦି ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଭକ୍ତ ରଥ ଟଣା ରେ ଭାଗ ନେଇ ଥିଲେ l ସନ୍ଧ୍ୟା ରେ ରଥ ମନ୍ଦିର ନିକଟରେ ପହଂଚି ଥିଲା l ଆସନ୍ତା କାଲି ସନ୍ଧ୍ୟାରେ ୟୁନିଟ 5 ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଗ୍ରହ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛି l

Spread the love