ରାଜଧାନୀରେ ଆତଙ୍କ: ପୋଲିସ ସମ୍ମୁଖରେ ଫୁଟିଲା ୧୨ରାଉଣ୍ଡ ଗୁଳି, ବାପ-ପୁଅ ଗୁରୁତର

ଭୁବନେଶ୍ୱର: ରାଜଧାନୀ ରେ ଦୁର୍ବୁତ୍ତଙ୍କ ଆତଙ୍କ । କାର ସାଇଟ କରିବାକୁ କେନ୍ଦ୍ରକରି ପୋଲିସ ସମ୍ମୁଖରେ ୧୨ରାଉଣ୍ଡ ଗୁଳିମାଡ଼ । ଗୋଟିଏ ବନ୍ଧୁକ ଜବତ ହୋଇଛି।  ଭୁବନେଶ୍ୱର ଝାରପଡା ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ କାର ସାଇଟ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚଷା ଉଗ୍ରରୂପ ଧାରଣ କରିଥିଲା । ଦୁଇଟି ବନ୍ଧୁକ ଧରି ୧୨ ରାଉଣ୍ଡ ଗୁଳି ମାଡ଼ କରିଥିଲା ଦୁର୍ବୁତ୍ତ । ପ୍ରଭାତ ମାର୍ଥା ନାମକ ଜଣେ ଯୁବକ ଦୁଇଟି ବନ୍ଧୁକ ଧରି ପୁଲିସ ସମ୍ମୁଖରେ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ଝାରପଡା କର୍ପୋରେଟର ଶ୍ରୀଧର ଜେନା ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଝାରପଡା ନିକଟସ୍ଥ ଜଗନ୍ନଥ ନଗର ଲେନ-୧ ସ୍ଥିତ ‘ପ୍ରଜାପତି ମଣ୍ଡପ’ରେ ଏକ ବିବାହ ଭୋଜି ହେଉଥିଲା । ସେଠାରୁ ଭୋଜି ଖାଇ ରିଙ୍କୁ ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ପ୍ରଭାତ ମାର୍ଥା ଓ ସହଯୋଗୀମାନେ ଆସୁଥିଲେ । ଗାଡି ସାଇଡ ମରାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବଢିବାରୁ ଖବର ପାଇ ଶିଖର ଜେନା ଘଟଣାସ୍ଥଳକୁ ଯାଇଥିଲେ ।

ୠଣ୍ଡଗୋଳ ବଢିବାରୁ ପ୍ରଭାତ ଓ ତାର ସହଯୋଗୀମାନେ ଶିଖର ଜେନା ଓ ତାଙ୍କ ପୁଅ ଉପରକୁ ଗୁଳି ମାଡ କରିଥିଲେ । ପ୍ରାୟ ୧୨ ରାଉଣ୍ଡ ଗୁଳି ମାଡ ହୋଇଥିବା ବେଳେ ଗୋଟିଏ ଗୁଳି ଶିଖର ଜେନାଙ୍କ ଗୋଡ ଓ ଗୋଟିଏ ତାଙ୍କ ପୁଅ ଗୋଡରେ ବାଜିଥିଲା । ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ । ପୋଲିସ ପହଞ୍ଚିବା ଦେଖି ଅଭିଯୁକ୍ତ ଫାଙ୍କା ଗୁଳି ମାଡ କରି ଘଟଣାସ୍ଥଳର ଫେରାର ହୋଇଯାଇଥିଲା । ପୋଲିସ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ପୋଲିସ ଜଣକୁ ଅଟକ ରଖିଥିବା ତା’ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି । ତେବେ ଏହାକୁ ନେଇ ଗୋଷ୍ଠୀ ବିବାଦ ଘଟିବା ସମ୍ଭାବନା ଥିବାରୁ ଝାରପଡାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Spread the love