ଉଚ୍ଚ ରକ୍ତଚାପ ରହିବ ନିୟନ୍ତ୍ରରରେ, କେବଳ ଡାଏଟରେ କରନ୍ତୁ ଏହି ପରିବର୍ତ୍ତନ

ଆଜିକାଲି ଖାଦ୍ୟ ଏବଂ ଅବହେଳିତ ଜୀବନଶୈଳୀ ହେତୁ ରକ୍ତଚାପ, ସର୍କରା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଛି। ଉଚ୍ଚ ରକ୍ତଚାପ ହୃଦୟକୁ କ୍ଷତି ପହଞ୍ଚାଏ, ହୃଦଘାତର ଆଶଙ୍କାବଢିଯାଏ। ଏପରି ପରିସ୍ଥିତିରେ, ରକ୍ତଚାପର ରୋଗୀକୁ କ୍ଷତି ପହଞ୍ଚାଉଥିବା ଗୋଟିଏ ଜିନିଷ ହେଉଛି ସାଧାରଣ ଲୁଣ। ଯଦି ଉଚ୍ଚ ରକ୍ତଚାପ ର ସମସ୍ୟା ଅଛି, ତେବେ ଆପଣ ସୀମିତ ପରିମାଣରେ ଆର୍ଦ୍ର ଖାଦ୍ୟ ଖାଇବା ଉଚିତ୍। ଏହା ବ୍ୟତୀତ, ସାଧାରଣ ଲୁଣ ବଦଳରେ, ଆପଣ ସନ୍ଧବ ଲୁଣ ଖାଇବା ଉଚିତ୍, ଯାହାକୁ ଲୋକମାନେ ଗୋଲାପୀ ଲୁଣ ବୋଲି ଜାଣନ୍ତି। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ଲୁଣ ବହୁତ କମ ପରିମାଣରେ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଉଛି । ଲୁଣ ଏକ ଜରୁରୀ ଖଣିଜ ପଦାର୍ଥ, ଯାହା ତରଳ ସନ୍ତୁଳନ ଏବଂ ସ୍ନାୟୁ ପାଇଁ ଜରୁରୀ ଅଟେ । କିନ୍ତୁ ଲୁଣ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତ ଚାପ ଜନିତ ରୋଗ ହୋଇଥାଏ । ଯାହାକୁ ହାଇପରଟେନ୍ସ ବୋଲି ମଧ୍ୟ କୁହାଯାଏ ।

ଶରୀର ବିଶେଷଜ୍ଞଙ୍କ ଅନୁସାରେ, କେତେକ ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ବଢିଯାଏ । ତେବେ ଜରୁରୀ ଏହା ଯେ ରକ୍ତଚାପ ବଢାଉଥିବା ଖାଦ୍ୟ ଠାରୁ ଦୂରେଇ ରହିବେ ଏବଂ ତାହାକୁ ଡାଇଟ ପ୍ଲାନରେ ଯୋଡ଼ିବେ ନାହିଁ ।

ଆସନ୍ତୁ ଜାଣିବା କେଉଁ ଜିନିଷ ବଢାଇଥାଏ ରକ୍ତଚାପ ?
ସବୁଜ ପତ୍ର ଥିବା ପରିବା
ଆମେ ସାଧାରଣତଃ ସବୁଜ ପତ୍ର ଥିବା ପରିବାକୁ ଶରୀର ପାଇଁ ଉତ୍ତମ ମନେ କରୁ । କିନ୍ତୁ କେତେକ ସବୁଜ ପରିବା ଅର୍ଥାତ ପାଳଙ୍ଗ, ଗାଜର ଏବଂ ବିଟ୍ରେ ଲୁଣର ମାତ୍ରା ଅଧିକ ଥାଏ । ଯାହାଫଳରେ ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ଶରୀରର ରକ୍ତଚାପ ଉଚ୍ଚ ରହୁଛି ତେବେ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ ।

ଚିଜ
ଏଥିରେ କ୍ୟାଲସିୟମ ଏବଂ ପ୍ରୋଟିନର ମାତ୍ରା ଅଧିକ ଥିବା ବେଳେ ଲୁଣର ମଧ୍ୟ ଅଧିକ ମାତ୍ରାରେ ରହିଛି । ଅଧିକ ମାତ୍ରାରେ ଚିଜ ଖାଇବା ଦ୍ୱାରା ରକ୍ତଚାପ ଏବଂ ମୋଟାପଣ ବଢିଥାଏ ।

ଡବାବନ୍ଦ ସୁପ
ଫ୍ଲେବରକୁ ବଢାଇବା ପାଇଁ ଏବଂ ବନ୍ଦ ଡବା ଭିତରେ ଥିବା ଜିନିଷ ଅଧିକ ଦିନ ଠିକ ଭାବେ ରହିବା ପାଇଁ ଏଥିରେ ଲୁଣର ମାତ୍ରା ଅଧିକ ପରିମାଣରେ ଦିଆଯାଇଥାଏ । ତେଣୁ ଆପଣ ଡବାବନ୍ଦ ଜିନିଷ ନଖାଇ ଡାଇଟରେ ତାଜା ଜିନିଷକୁ ଖାଆନ୍ତୁ ।

ଫୁଡ
ଚିପ୍ସ, ବିସ୍କୁଟ ଏହି ପରି packet ଜାତୀୟ ଜିନିଷରେ ମାତ୍ରାଧିକ ଲୁଣ ରହିଥାଏ । ଏଥିଯୋଗୁଁ packet ଫୁଡ ଖାଇବା ଠାରୁ ଭଲ ଆପଣ ତାଜା ଖାଦ୍ୟ ଖାଇବେ ।

ବ୍ରେଡ ଏବଂ ପାଉରୁଟି ଜାତୀୟ ଜିନିଷ
ଏଥିରେ ଲୁଣର ମାତ୍ରା ଅଧିକ ଦେଇ ଏଗୁଡିକୁ ତିଆରି କରାଯାଏ । ତେଣୁ ବ୍ରେଡ କିମ୍ବା ପାଉରୁଟି ଜାତୀୟ ଜିନିଷ କିଣିବା ପୂର୍ବରୁ ଆପଣ ପ୍ରଥମେ ଲୁଣର ମାତ୍ରା ଦେଖି କିଣିବା ଉଚିତ ।

Spread the love