ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଉପ ସରପଞ୍ଚଙ୍କ ସମେତ ଜଣେ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ କଲେ ହତ୍ୟା

ମାଲକାନଗିରି : ଅପହରଣ ପରେ ନିର୍ମମ ହତ୍ୟା। ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଲେ ନକ୍ସଲ। ମୃତକ ହେଲେ ତାଡ଼ମେଟାଲାର ଉପ ସରପଞ୍ଚ ମାଣ୍ଡବୀ ଗଙ୍ଗା ଓ ଅନ୍ୟ ଜଣେ ଗ୍ରାମବାସୀ।
ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ମାଓବାଦୀ ମାନେ ପ୍ରଜାକୋର୍ଟ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗତକାଲି ଉପ ସରପଞ୍ଚ ଓ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।

Spread the love