ବାହୁଡା ଯାତ୍ରାରେ ୫ଜଣଙ୍କୁ ଭୁଜାଲି ମାଡ : ସବଡେଗାରେ ଉତ୍ତେଜନା; ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ସୁନ୍ଦରଗଡ଼ ଜିଲ୍ଲା ସବଡେଗାରେ ଉତ୍ତେଜନା । ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଆଜି ଇଦ ଥିବାରୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଏହା ସହ ଉଭୟ ଗୋଷ୍ଠୀର ୫ ଜଣଙ୍କୁ ଅଟକ ରଖାଯାଇଛି । ଗତକାଲି ସଂଧ୍ୟାରେ ରଥଟଣା ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀର ଭୁଜାଲି ମାଡ଼ରେ ଆର ଗୋଷ୍ଠୀର ପାଞ୍ଚ ଜଣ ଯୁବକ ଗୁରୁତର ଆହତ ସୋଇଥିଲେ । ସେ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Spread the love