ସ୍ୱାମୀଙ୍କୁ ବସାଇ ବାପଘରୁ ସ୍ତ୍ରୀ ଫେରାର : ଗହଣା ନେଇ ଫେରାର ଅଭିଯୋଗ; ଥାନାରେ ଅଭିଯୋଗ

ସୁନା ଧରି ଚମ୍ପଟ ମାରିଲା ନୂଆବୋହୂ । ବାଲିପଟଣା ଥାନାରେ ହୋଇଥିବା ଅଭିଯୋଗ ଆନୁସାରେ ପୁରୀରେ ବାପଘରେ ସାମ୍ବୀଙ୍କୁ ବସାଇ ଫେରାର ହୋଇଯାଇଛି ନୂଆବୋହୂ । ବନମାଳିପୁର ବାଘବରାହୀପାଟଣା ଅଞ୍ଚଳର ଯୁବକ ପୁରୀ ଟାଉନଥାନା ମାଟିମଣ୍ଡପ ସାହିରେ ବିବାହ କରିଥିଲେ । ଗତ ୯ ତାରିଖରେ ପୁରୀର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ବିବାହ ଶେଷ ହୋଇଥିଲା ।ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷ ସବୁ ଖର୍ଚ୍ଚ ବହନ କରିଥିଲେ । ଏମିତିକି ବୋହୂ ପାଇଁ ସବୁ ଗହଣା କିଣିଥିଲେ ବରପକ୍ଷ । ବିବାହ ପରେ କିନ୍ତୁ ଚତୁର୍ଥୀ ହୋଇପାରିନଥିଲା । କାରଣ ୧୬ ମଙ୍ଗଳା ପୂର୍ବରୁ ଶାରୀରିକ ସଂପର୍କ ରଖିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ସ୍ତ୍ରୀ । ବୋହୂର ଚାଲ ବରଘର ବୁଝିପାରିନଥିଲେ । ରଥଯାତ୍ରା ଚାଲିଥିବାରୁ ବୋହୂ ବାପଘର ପୁରୀ ବୁଲି ଯିବାକୁ କହିଥିଲେ ।

ତେଣୁ ରବିବାର ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ପୁରୀ ବୁଲି ଯିବାକୁ ବାହାରିଥିଲେ । ଜଗନ୍ନାଥ ଦର୍ଶନ ସାରି ଉଭୟେ ବୋହୂଙ୍କ ବାପଘରେ ପହଂଚିଥିଲେ ।ଜ୍ୱାଇଁ ଶ୍ୱଶୂର ଘରେ ବସିଥିବାବେଳେ ଝିଅ ସାହି ବୁଲିବାକୁ ଯାଇ ଆଉ ଫେରିନଥିଲେ । ଜ୍ୱାଇଁ ଘରେ ବସିବସି ରାତି ପାହିଲା ପଛେ ଝିଅ ଫେରିଲା ନାହିଁ । ଫୋନ କଲା ବେଳକୁ ପୋନମ ମଧ୍ୟ ସ୍ୱିଚଅଫ ହୋଇଯାଇଥିଲା । ବିଚରା ଜ୍ୱାଇଁ କାମମୁଣ୍ଡା ଆଉଁସି ଘରକୁ ଆସିଥିଲେ । ପରେ ଜଣାପଡିଲା ଯେ ନୂଆବୋହୂ ସାଙ୍ଗରେ ପିନ୍ଧିଥିବା ଗହଣା ସହ ଆଲମାରିରେ ଥିବା ସୁନା ଗହଣାକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ଏହାକୁ ନେଇ ବରଘର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Spread the love