ବିଳାସମୟ ମହଲ, ସୁନା ଖଣି ଓ ଘରୋଇ ବିମାନ, ଜାଣନ୍ତୁ କେତେ ବିଶାଳ ସାମ୍ରାଜ୍ୟର ଅଧିକାରୀ ୱାଗନର ଗ୍ରୁପର ମୁଖ୍ୟ ୟେବଗେନି ପ୍ରିଗୋଝିନ

ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ଏକ ବିଫଳ ବିଦ୍ରୋହର ନେତୃତ୍ୱ ନେଇଥିବା ୱାଗନର ଗ୍ରୁପର ମୁଖ୍ୟ ୟେବଗେନି ପ୍ରିଗୋଝିନଙ୍କ ସମ୍ପତ୍ତିକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଭିନ୍ନ ଭିନ୍ନ ଗଣମାଧ୍ୟମ ଏନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରିଛନ୍ତି । କେବେ ପୁଟିନଙ୍କର ଅତି ନିକଟତର କୁହାଯାଉଥିବା ୟେବଗେନି ପ୍ରିଗୋଝିନଙ୍କର ଏଭଳି ମାନସିକତା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ପରେ ଏବେ ୟେବଗେନି ପ୍ରିଗୋଝିନଙ୍କ ସମ୍ପତ୍ତି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ଋଷ ସରକାର । ତେବେ ଆସନ୍ତୁ ଜାଣିବା ୟେବଗେନି ପ୍ରିଗୋଝିନ ନିକଟରେ ରହିଛି କେତେ ସମ୍ପତ୍ତି । ୟେବଗେନିଙ୍କ ନିକଟରେ ଏକ ବିଶାଳ ବିଳାସମୟ ମହଲ, ଘରୋଇ ବିମାନ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି ।

ସେହିଭଳି ‘ଦ ଡନ୍’ ରିପୋର୍ଟ ମୁତାବକ ୟେବଗେନି ପ୍ରିଗୋଝିନ ସରକାରଙ୍କ ସହ ସଂନ୍ଦିଗ୍ଧ ଭାବେ ଓ ପ୍ରାକୃତିକ ସଂସାଧନରୁ ରୋଜଗାର କରିବା ନେଇ ବେଶ ଜଣାଶୁଣା । କୁହାଯାଉଛି କି ୱାଗନର ଗ୍ରୁପ ଦେଶରୁ ହୀରା, ସୁନା, ତୈଳ ଓ ଗ୍ୟାସ ଲୁଟ୍ କରୁଛି । ଏକ ଆକଳନ ମୁତାବକ ୱାଗନର ଗ୍ରୁପ ମୁଖ୍ୟ ୟେବଗେନି ପ୍ରିଗୋଝିନଙ୍କର ବ୍ୟକ୍ତିଗତ ସମ୍ପତ୍ତି ୨ ମିଲିୟନ ପାଉଣ୍ଡ । ଏହା ମଧ୍ୟରେ ୭.୫ ମିଲିୟନ ପାଉଣ୍ଡର ଜଳ ଜାହାଜ ଓ ୩ ମିଲିୟନ ପାଉଣ୍ଡର ଘରୋଇ ବିମାନ ରହିଛି ।

ଅନ୍ୟପଟେ ବିଦ୍ରୋହରେ ବିଫଳ ହେବା ପରେ ୟେବଗେନି ପ୍ରିଗୋଝିନ ବେଲାରୁସ ପଳାଇ ଯାଇଥିବା କଥା କୁହାଯାଉଛି । ବିଶ୍ୱର ଅନ୍ୟତମ ଗରିବ ଦେଶ ସେଣ୍ଟ୍ରାଲ ଆଫ୍ରିକା ରିପବ୍ଲିକାନ ସମ୍ପୂର୍ଣ୍ଣ ଭାବେ ୱାଗନର ଗ୍ରୁପ ଦଖଲରେ ରହିଛି । ୱାଗନର ଗ୍ରୁପର ଏଠାକର ସର୍ବବୃହତ ସୁନା ଖଣିରୁ ବାର୍ଷିକ ୨.୩୭୮ କୋଟି ଟଙ୍କା ରୋଜଗାର କରିଥାଏ ।

Spread the love