ପରଟାରେ ଦେଖାଗଲା ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି

ଶ୍ରୀକ୍ଷେତ୍ରରେ ଆଜି ଚାଲିଛି ମହାପ୍ରଭୁଙ୍କର ଅଧରପଣା ନୀତି। ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନସିଡିପୁର ଗ୍ରାମରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା। ଗ୍ରାମର ବରୁଣ କୁମାର ଦାସଙ୍କ ଘରେ ତାଙ୍କ ଝିଅ ବର୍ଷା ରାଣୀ ଘରେ ରୋଷେଇ କରୁଥିଲେ। ପରଟା କରୁଥିବା ସମୟରେ ପରଟାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଛି।

ଏହାକୁ ଦେଖିବା ପରେ ସମସ୍ତେ ଏକାଠି ହୋଇ ପୂଜାର୍ଚନା କରୁଥିବା ବେଳେ ସ୍ଥାନୀୟ ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଆବିର୍ଭାବ ହେବା ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ସହ ଲୋକଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଛି। ତେବେ ଏହି ଅଲୌକିକ ଘଟଣା ସମସ୍ତଙ୍କୁ ଚକିତ କରିଛି।

Spread the love