ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ିହେଲା ଜଗତସିଂହପୁର, ବଦଳିବ ଶାରଳା ମନ୍ଦିରର ରୂପରେଖ

ବଦଳିବ ଶାରଳା ମନ୍ଦିରର ରୂପରେଖ। ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ିହେଲା ଜଗତସିଂହପୁର। ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ଦ୍ୱିତୀୟ ଦିନରେ ଶାରଳା ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଚାଲିଥିବା ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶାରଳା ମନ୍ଦିରର ବିକାଶ ସଂପର୍କରେ ପୂଜକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ତିର୍ତ୍ତୋଲରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ । ପରେ ରଘୁନାଥପୁର ଗସ୍ତ କରି ଛପଦା ଠାରେ ଗୋରଖନାଥ ମନ୍ଦିରରେ ଦର୍ଶନ କରିଛନ୍ତି 5T ସଚିବ।

ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଚାରିପାଖ ବୁଲିଦେଖିଛନ୍ତି। ପୀଠର ନବକଳେବର ନେଇ ସ୍ଥାନୀୟ ବାସିନ୍ଦା, ସେବାୟତ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ମନ୍ଦିରର ଉନ୍ନତିକରଣ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ପରେ ଜଇପୁରରେ ବୟନ ଗ୍ରାମ ବୁଲି ଦେଖିଛନ୍ତି । ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ।

Spread the love