ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଭିତ୍ତିହୀନ’: ବୋର୍ଡ ସଭାପତି ରାମାଶିଷ ହାଜରା

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ସଂପୂର୍ଣ୍ଣ ଭିତ୍ତିହୀନ। ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ପ୍ରଶ୍ନପତ୍ର ଲିକ୍‌ ନେଇ ଅଯଥା ଗୁଜବ ପ୍ରଚାର ପ୍ରସାର ହେଉଛି ବୋଲି ସେ କହିଛନ୍ତି। ଏଥିପ୍ରତି ପରୀକ୍ଷାର୍ଥୀମାନେ ଦୃଷ୍ଟିନଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।ଆସନ୍ତାକାଲି ଯଥାବିଧି ଓଟିଇଟି ବା ଓଡିଶା ଟିଚର ଇଲିଜିବିଲିଟ ଟେଷ୍ଟ ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରୀକ୍ଷା ପାଇଁ ରାଜ୍ୟର ଏକ ଲକ୍ଷ ୬୦ ହଜାର ଶିକ୍ଷକ ଆଶାୟୀ ଆବେଦନ କରିଛନ୍ତି।

Spread the love