ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ, ପୋଡ଼ି ହୋଇଗଲେ ୨୫ ଯାତ୍ରୀ

ମୁମ୍ବାଇ: ବିଳମ୍ବିତ ରାତିରେ ଅଘଟଣ। ଜଳିଗଲା ଯାତ୍ରୀବାହୀ ବସ। ପୋଡ଼ି ହୋଇଗଲେ ୨୫ ଯାତ୍ରୀ। ବିଳମ୍ବିତ ରାତିରେ ଏଭଳି ଏକ ଅଘଟଣ ଘଟିଛି। ମହାରାଷ୍ଚ୍ରର ବୁଲଧନରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ୟଭଟମଲରୁ ପୁଣେ ଆସୁଥିବା ବେଳେ ସମୃଦ୍ଧି ମହାମାର୍ଗରେ ଅଗ୍ନିକାଣ୍ଡର ଶିକାର ହୋଇଛି। ରାତି ୨ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ତେବେ ନିଆଁ କେମିତି ଯାତ୍ରୀବାହୀ ବସରେ ଲାଗିଲା ତାହା ଅସ୍ପଷ୍ଟ ରହିଛି।

ଦୁର୍ଘଟଣା ସ୍ଥଳରେ ଡେପୁଟି ଏସପି ବାବୁରାଓ ମହାମୁନି ପହଁଛିଛନ୍ତି। ଆହତଙ୍କୁ ବୁଲଧାନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବସରେ ମୋଟ୍ ୩୨ ଜଣ ଯାତ୍ରୀ ଥିଲେ। ୬-୮ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।

Spread the love