ଅବଦୁଲ କାଲାମ ଦ୍ବୀପରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ଆଜି ପରୀକ୍ଷା ହୋଇଛି। ବାଲେଶ୍ବର ଜିଲ୍ଲା ଅବଦୁଲ କାଲାମ ଦ୍ବୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ କିଲୋମିଟର। ସାଗରିକା ମିସାଇଲ ଥିଲା ପ୍ରତିରକ୍ଷା ବିଭାଗର ନାଭାଲ ଭର୍ସନ। ସ୍ଥଳସେନାରେ ବ୍ୟବହାର ପାଇଁ ସାଗରିକାକୁ ବିକଶିତ କରାଯାଇ ପ୍ରସ୍ତୁତ କରାଯାଇଛି ନାଭାଲ ଭର୍ସନ। ପ୍ରତିରକ୍ଷା ବିଭାଗ ତରଫରୁ ଏହି କ୍ଷେପଣାସ୍ତ୍ରର ନାମକରଣ କରାଯାଇନାହିଁ।

Spread the love