୮୦ଙ୍କୁ ହରାଅ, ବିଜେପିକୁ ହଟାଅ: ମିଶନ ୨୦୨୪ ପାଇଁ ଅଖିଳେଶଙ୍କ ନାରା

ଲଖନଉ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏବେ ବିଜେପି, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି | ଆଉ ଏହି ପ୍ରସ୍ତୁତିରେ ପଛରେ ପଡ଼ିନାହିଁ ସମାଜବାଦୀ ପାର୍ଟି | ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ବାରବାଙ୍କିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡା ଟାର୍ଗେଟ କରିଥିଲେ | ସେ କହିଛନ୍ତି ଯେ ଏଥର ୮୦ଙ୍କୁ ପରାସ୍ତ କରି ବିଜେପିକୁ ହଟାଇବାକୁ ପଡିବ | ଏହି ଅବସରରେ ସେ ‘୮୦ଙ୍କୁ ହରାଅ, ବିଜେପିକୁ ହଟାଅ’ ନାରା ଦେଇଥିଲେ | ଉଲ୍ଲେଖ ଥାଉ କି ଉତ୍ତରପ୍ରଦେଶରେ ୮୦ଟି ସଂସଦୀୟ କ୍ଷେତ୍ର ଥିବାବେଳେ ଏହି ପରିପ୍ରେକ୍ଷୀରେ ଅଖିଳେଶ ଏକଥା କହିଛନ୍ତି | ସେ କହିଛନ୍ତି ଉତ୍ତରପ୍ରଦେଶରେ ଯଦି କେହି ସବୁଠାରୁ ବଡ ଗୁଣ୍ଡାମାନେ ଥାଆନ୍ତି, ସେମାନଙ୍କର ବିଜେପି ସହ ସମ୍ପର୍କ ଥିବ |

ଅଖିଳେଶ ଯାଦବ ବିଜେପି ଉପରେ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ନେତାମାନେ ଆଜି ସବୁଠାରୁ ବଡ ଜମି ମାଫିଆ। ସେହିପରି ବିଜେପିର ଡବଲ ଇଞ୍ଜିନକୁ କଟାକ୍ଷ କରି ସେ କହିଛନ୍ତି ଯେ ବିଜେପିର ଇଞ୍ଜିନ ପରସ୍ପରକୁ ଧକ୍କା ଦେଉଛି। ବିଜେପିରେ ଥିବା ବଗିମାନେ ବର୍ତ୍ତମାନ ଇଞ୍ଜିନ ହେବାକୁ ଚେଷ୍ଟା କରୁଛନ୍ତି। ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଟାର୍ଗେଟ କରି ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଟ୍ୱିଟ୍ ବେଳେବେଳେ ସୂଚାଇ ଦେଇଥାଏ ଯେ ସେ ମଧ୍ୟ ବିଜେପି ସହ ମିଶିଛନ୍ତି।

Spread the love