ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ବିଜେଡିର ବରିଷ୍ଠ ନେତା ବୈଠକ ସାମିଲ

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ । ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏହି ନେତାଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତଃ ୩ଟି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସଙ୍ଗଠନକୁ ମଜବୁତ କରିବା, ନିର୍ବାଚନ ପାଇଁ ପ୍ରସ୍ତୁତି ଓ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଂଚାଇବା ନେଇ ବୈଠକରେ ଆଲୋଚନା ହୋଇଛି ।

Spread the love