ଟାଇମ୍ସ ହାୟର ଏଜୁକେସନ୍‌ ୟଙ୍ଗ୍‌ ୟୁନିଭରସିଟି ର‍୍ୟାଙ୍କିଂ, କିଟ୍‌ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : କିଟ୍‌ ସର୍ବଦା ବିଭିନ୍ନ ର‍୍ୟାଙ୍କିଂ ଓ ମାନ୍ଯତାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଆସିଛି । ପ୍ରତିବର୍ଷ ସମୟକୁ ସମୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଭିନ୍ନ ମାନଦଣ୍ଡକୁ ନେଇ ମାନ୍ଯତା ପ୍ରଦାନ କରାଯାଇଥାଏ । ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‌ ସର୍ବଦା ନିଜର ଗୁଣବତ୍ତା ଯୋଗୁଁ ଉନ୍ନତ ପ୍ରଦର୍ଶନ କରିଥାଏ ।ଟାଇମ୍ସ ହାଇଅର ଏଜୁକେସନ୍‌ ପକ୍ଷରୁ ପ୍ରକାଶ ପାଇଥିବା ୟଙ୍ଗ୍‌ ୟୁନିଭରସିଟି ର‍୍ୟାଙ୍କିଂ ୨୦୨୩ରେ ସମଗ୍ର ବିଶ୍ୱରେ କିଟ୍‌ ବିଶ୍ୱବିଦ୍ୟାଳୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୨ତମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।

ପୂର୍ବରୁ ନିକଟରେ ପ୍ରକାଶିତ ଟାଇମ୍ସ ହାୟର ଏଜୁକେସନ୍‌ ଏସିଆ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଂ ୨୦୨୩ରେ ମଧ୍ୟ କିଟ୍‌ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୩ତମ ସ୍ଥାନରେ ରହିଥିବା ବେଳେ ସମଗ୍ର ଏସିଆରେ ୧୪୭ତମ ସ୍ଥାନରେ ରହିଛି ।

କିଟ୍‌ ବିଶ୍ୱବିଦ୍ୟାଳୟ ୨୫ ବର୍ଷର ଶିକ୍ଷାନୁଷ୍ଠାନ ଓ ୧୯ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ବର୍ଷରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟଗୁଡିକର ସମକକ୍ଷ ହୋଇପାରିଛି । ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ସାଇଟେସନ୍‌ ଇମ୍ପାକ୍ଟ ଅନ୍ତର୍ଜାତୀୟ ଆଉଟ୍ଲୁକ୍‌, ଇଣ୍ଡଷ୍ଟ୍ରି ଇନ୍କମ୍‌ ଆଦି ମାନଦଣ୍ଡ ଆଧାରରେ ଟାଇମ୍ସ ହାୟର ଏଜୁକେସନ୍‌ ପକ୍ଷରୁ ୟଙ୍ଗ୍‌ ୟୁନିଭରସିଟି ର‍୍ୟାଙ୍କିଂ କରାଯାଇଥାଏ ।

ଏହି ସଫଳତା ପାଇଁ କିଟ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍‌ ଓ କିସ୍ର ପ୍ରତିଷ୍ଠାତା ଅଚ୍ଯୁତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କିଟ୍ର ଉେଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଛନ୍ତି ।

Spread the love