ସବୁ ମୋଦୀ ଚୋର’ ମନ୍ତବ୍ୟ ଉପରେ ରାହୁଲ ଗାନ୍ଧିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଶ୍ବସ୍ତି

ରାଞ୍ଚି: ୨୦୧୯ରେ କର୍ଣ୍ଣାଟକର କୋଲାରଠାରେ ରାହୁଲ ଗାନ୍ଧି ଦେଇଥିବା ‘ସବୁ ମୋଦୀ ଚୋର’ ମନ୍ତବ୍ୟ ଉପରେ ତାଙ୍କ ବିରୋଧରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ହାଇକୋର୍ଟ ଆଦେଶ ଦେଇଛନ୍ତି। ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ରାହୁଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଜଷ୍ଟିସ୍ ଏସ୍‌କେ ଦ୍ବିବେଦୀଙ୍କ ବେଞ୍ଚ ଆଦେଶ ଦେଇଛନ୍ତି। ଅଗଷ୍ଟ ୧୬ ତାରିଖରେ କୋର୍ଟ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି କରିବେ। ୨୦୧୯ରେ ‌କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାହୁଲ କହିଥିଲେ, ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦୀ – ସବୁ ଚୋରଙ୍କ ସମାନ ସାଙ୍ଗିଆ ମୋଦି ହେଲା କିପରି? ଏହାପରେ ରାଞ୍ଚି ସିଭିଲ କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀ ପ୍ରଦୀପ ମୋଦି ଗାନ୍ଧିଙ୍କ ବିରୋଧରେ ୨୦୧୯ରେ ଏକ ମାନହାନି ମାମଲା ରୁଜୁ କରିଥିଲେ।

Spread the love