ଦେବଦୂତ ସାଜିଲେ ବ୍ରହ୍ମଗିରି ବିଧାୟକ, ବଞ୍ଚାଇଲେ ଦମ୍ପତିଙ୍କ ଜୀବନ

ଭୁବନେଶ୍ୱର: ମହାନତା ଦେଖାଇଲେ ପୁରୀ ବ୍ରହ୍ମଗିରି ବିଧାୟକ । ଦମ୍ପତିଙ୍କ ଜୀବନ ବଞ୍ଚାଇଲେ ବିଧାୟକ । ଦେବ ଦୂତ ସାଜି ପହଁଞ୍ଚିଲେ ବିଧାୟକ । ବାଇକ୍ ଦୃର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତୀଙ୍କୁ ଉଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଁଞ୍ଚାଇଲେ ବିଧାୟକ ।

ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା । ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଢ ହୋଇଥିବା ଦେଖି ଅଟକିଥିଲେ । ଆହତ ଦମ୍ପତିଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର। ଖାନାରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ବିଧାୟକ । ଆହତ ଦମ୍ପତିଙ୍କୁ ଉତମ ଚିକିତ୍ସା କରାଇବାକୁ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।

Spread the love