ସଚେତନତା ବାର୍ତ୍ତା ଜାରି କଲା ଓଡ଼ିଶା ପୋଲିସ୍‌

ପିଙ୍କ ହ୍ବାଟସପକୁ ସାବଧାନ ! ଅପଡେଟ କଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ହୋଇଜିବ ସଫା। ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଏହିପରି ଏକ ସଚେତନତା ବାର୍ତ୍ତା ଦେଇଛି ଓଡିଶା ପୋଲିସ। ଏଥିରେ କୁହାଯାଇଛି ଯେ, ଆପଣଙ୍କ ହ୍ବାଟସପକୁ ଏକ ଅଜଣା ନମ୍ବରରୁ ହ୍ବାଟସପ ଅପଡେଟ କରିବାକୁ ଏକ ଲିଙ୍କ ଆସିବ। ଏଥିରେ କୁହାଯିବ ଯେ, ପିଙ୍କ ହ୍ବାଟସପ ଡାଉନଲୋଡ କରନ୍ତୁ ଅଧିକ ଫିଚର ସୁବିଧା ହାସଲ କରନ୍ତୁ। ଏହା ସତ ବୋଲି ଆପଣ ଭାବି ସେହି ଲିଙ୍କକୁ କ୍ଲିକ କରିଦେବେ।

ଫଳରେ ଆପଣଙ୍କ ମୋବାଇଲରେ ଏକ ପିଙ୍କ ହ୍ବାଟସପ ଖୋଲିଯିବ। ଏହାପରେ ସାଇବର ଠକମାନେ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରୀ କରିନେବେ। ଫଳରେ ସେହି ମୋବାଇଲରେ ଥିବା ସମସ୍ତ ବ୍ୟାଙ୍କ ଡିଟେଲ ହ୍ୟାକରଙ୍କ ହାତରେ ଲାଗିଯିବ। ତାପରେ ସେମାନେ ଖେଳ ଆରମ୍ଭ କରିବେ। ତେଣୁ ଏହିପରି ମେସେଜ ଆସିଲେ କେବେ ବି ଏହାକୁ ଡାଉନ ଲୋଡ କରନ୍ତୁ ନାହିଁ  ଏପରି ଚେତାବନୀ ଦେଇଛନ୍ତି ଆଇଟି ପ୍ରଫେସନାଲ ମାନେ । ଏହିପରି ପିଙ୍କ୍ ହ୍ବାଟସପ ଡାଉନଲୋଡ କରିବାକୁ ମେସେଜ ଆସିଲେ ତାହା ଉପରେ କୌଣସି କ୍ଲିକ ନକରି ସାବଧାନର ସହ ଏହି ମେସଜକୁ ଡିଲିଟ କରି ଦିଅନ୍ତୁ। ଡିଲିଟ କରିବାର କିଛି ସମୟ ପରେ ମୋବାଇଲକୁ ରିଷ୍ଟାର୍ଟ କରନ୍ତୁ।

Spread the love