DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍
ଟିକସ ଫାଙ୍କିବା ଅଭିଯୋଗରେ DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍ । ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରିବାକୁ ନୋଟିସ୍ କରିବ ଇଡି । ଆଇଟି ବିଭାଗ ପକ୍ଷରୁ ଜବତ ଦସ୍ତାବିତ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍ ଉପରେ ୪ ଦିନ ଧରି ମାରାଥନ୍ ରେଡ୍ କରିଥିଲା ଆୟକର ବିଭାଗ ।