ଟମାଟୋକୁ ସୁରକ୍ଷା ଦେଉଛନ୍ତି ବାଉନସର : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ଟମାଟୋକୁ ସୁରକ୍ଷା ଦେଉଛନ୍ତି ବାଉନସର । ଟମାଟୋ ପାଇଁ ଦୋକାନ ବାହାରେ ବାଉନସରଙ୍କୁ ଜଗାଇଲେ ଦୋକାନୀ । ସାରା ଦେଶରେ ବଢି ବଢି ଚାଲିଛି ଟମାଟୋ ଦର । ଆଉ ଟମାଟୋ ଦର ବି ବେଶ ଆକାଶ ଛୁଆଁ ରହିଛି । ଏହାରି ଭିତରେ କେତେବେଳେ ବିଲରୁ ଟମାଟୋ ଚୋରି ହେଇ ଯାଉଥିବାର ଖବର ଆସୁଛି, ତ ପୁଣି କେତେବେଳେ ଦୋକାନରୁ ଟମାଟୋ ଗାଏବ ହୋଇଯିବାର ଖବର ଆସୁଛି । ଏହାକୁ ନେଇ ଉତ୍ତରପ୍ରଦେଶର, ବାରାଣାସୀରୁ ଆସିଛି ଏମିତି ଏକ ଦୃଶ୍ୟ । ସମାଜବାଦୀ ପାର୍ଟିର ଜଣେ କର୍ମକର୍ତା ନିଜ ଦୋକାନ ବାହାରରେ ବାଉନସରଙ୍କୁ ଜଗାଇଥିବା ଦେଖିବାକୁ ମିଳିଛି । ଏହାସହ ଅନେକ ପୋଷ୍ଟର ମାରି ଲେଖାଯାଇଛି, ଟମାଟୋରେ ହାତ ଲଗାନ୍ତୁ ନାହିଁ, ପ୍ରଥମେ ଟଙ୍କା ଦିଅ, ପରେ ଟମାଟୋ ନିଅ, ୯ ବର୍ଷର ମହଙ୍ଗା ମାଡ । ତେବେ ଏହି ଘଟଣାକୁ ରାଜନୈତିକ ଆକ୍ରମଣ ଭାବେ ଦେଖାଯାଉଛି ।

Spread the love