ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ: ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ବା ଡିଏମଆରସି ସହାୟତାରେ ଚାଲିଲା ସର୍ଭେ

ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଭୂମି ବୈଷୟିକ ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ବା ଡିଏମଆରସି ସହାୟତାରେ ସର୍ଭେ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଆରମ୍ଭ ହୋଇଛି ଯାଞ୍ଚ । ଡିଏମ୍‌ଆରସି ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ ଡିପିଆର ପ୍ରସ୍ତୁତି ଦାୟିତ୍ୱ ନେଇଛନ୍ତି । ଅତି କମ୍‌ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ କାମ ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନ ରଖିଛନ୍ତି । ଡିପିଆର ପ୍ରସ୍ତୁତି କାମ କିଛିଦିନ ପୂର୍ବରୂ ଆରମ୍ଭ ହୋଇଥିବା ବେଳେ ଏବେ ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ୍‌ କାମ ବି ଆଗେଇ ଚାଲିଛି । ଯୋଜନା ଅନୁଯାୟୀ, ତ୍ରିଶୁଳିଆରୁ ଭୁବନେଶ୍ୱ ବିମାନବନ୍ଦର ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ସଏଲ ଟେଷ୍ଟିଂ କରାଯିବ । କିଛି ସ୍ଥାନରେ ଭୂମିରୁ ପ୍ରାୟ ୪୦ ଫୁଟ ଗଭୀର ଯାଏ ଖୋଳାଯାଉଛି । ଏଥିରେ ପଥର କେଉଁ ସ୍ତରରେ ଅଛି, ତାର ଯାଞ୍ଚ କରାଯାଉଛି । ମାଟିର ସହନୀୟ କ୍ଷମତା ବା ସଏଲ ବିଅରିଂ କାପାସିଟି କେତେ ଅଛି, ତାହା ମାଟି ନମୂନା ପରୀକ୍ଷାରୁ ଜଣାପଡିବ । ଅଗଷ୍ଟ ମାସ ସୁଦ୍ଧା ସଏଲ ଟେଷ୍ଟିଂ ଓ ଡିପିଆର ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହାପରେ ଖୁବଶୀଘ୍ର ଭୁବନେଶ୍ୱର ମେଟ୍ରୋ ରେଲ ପ୍ରୋଜେକ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଦେବେ ।

Spread the love