ଡେଙ୍ଗୁରୁ ମୁକ୍ତି ଦେବ ଏହି ଜୁସ

ଆସିଛି ମୌସୁମୀ, ଏବେ ସମଗ୍ର ଭାରତରେ ପ୍ରବଳ ଉତ୍ତାପରୁ ଆରାମ ମିଳିଛି । କିନ୍ତୁ ଏହା ସହିତ ଡେଙ୍ଗୁ ହେବାର ଆଶଙ୍କା ବହୁତ ବଢିଯାଇଛି । କାରଣ ଏହି ଋତୁରେ ମଶା ଲାର୍ଭା ଦ୍ରୁତ ଗତିରେ ବଢ଼ିଥାଏ । ପ୍ରତିବର୍ଷ ଡେଙ୍ଗୁ ଜ୍ୱର ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରନ୍ତି । ବର୍ଷା ଦିନରେ ଏହାର ପ୍ରଭାବ ବଢିଥାଏ । ଏହି ରୋଗରେ ଶରୀରେ blood platelets ସଂଖ୍ୟା କମିଯାଏ। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ଅଛି, ତେବେ କିଛି ଉପାୟ ରୁ ଆପଣଙ୍କୁ ଆରାମ ମିଳିବ । ଡେଙ୍ଗୁ ହେଉଛି ଏକ ସଂକ୍ରାମକ ରୋଗ ଯାହା ଏଡିସ୍ ଏଜିପ୍ଟି ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହାର ଶରୀରରେ ଧଳା ରଙ୍ଗ ଥିବାରୁ ଏହାକୁ ‘ଟାଇଗର ମଶା’ ମଧ୍ୟ କୁହାଯାଏ। ଏହି ମଶାର ଲାର୍ଭା ବିଶୁଦ୍ଧ ପାଣିରେ ବଂଶ ବିସ୍ତାର କରେ ଏହାସହ ରାତି ନୁହେଁ ବରଂ ଦିନରେ କାମୁଡ଼େ। ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ମଣିଷ ଶରୀରରେ ଏହାର ଜୀବାଣୁ ବିସ୍ତାର କରିଥାଏ, ଯେତେବେଳେ ଏହା ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼େ, ସେତେବେଳେ ତାଙ୍କ ଶରୀର ମଧ୍ୟ ସଂକ୍ରମିତ ହୁଏ। ସାଧାରଣତ ଏହା ୧୬ ରୁ ୩୦ ଡିଗ୍ରୀ ତାପମାତ୍ରାରେ ଅଧିକ ବଢ଼ିଥାଏ ।

ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରତି ମାଇକ୍ରୋଲିଟର ରକ୍ତରେ ଲକ୍ଷେ ପଚାଶ ହଜାର ରୁ ରୁ ଅଢ଼େଇ ଲକ୍ଷ ମଧ୍ୟରେ ପ୍ଲେଟଲେଟ୍ ଥାଏ , କିନ୍ତୁ ଯେତେବେଳେ ଏହି ମଶା କାମୁଡ଼ିବା ପରେ ଜ୍ୱର ଆସେ, ଏହି ସଂଖ୍ୟା ସାଧାରଣତ ଏକ ଲକ୍ଷରୁ କମ ହୋଇଯାଏ। ଏମିତିରେ ବିପଦ ବଢ଼ିଯାଏ ।

ଡେଙ୍ଗୁ ଜ୍ୱରର ଠିକ୍‌ ସମୟରେ ଠିକ୍‌ ଚିକିତ୍ସା ନ ହେଲେ, ଏହା ଘାତକ ସାଜିପାରେ। ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଡେଙ୍ଗୁ ହୋଇଥାଏ, ତ ତାଙ୍କୁ ଜ୍ୱର, ଜଏଣ୍ଟ ପେନ୍‌ ହେବା ସହିତ ଶରୀରରେ ପ୍ଲେଟ୍‌ଲେଟ୍ସର ମାତ୍ରା ବି ହ୍ରାସ ପାଇଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଘରୋଇ ଉପାୟ ଦ୍ୱାରା କିପରି ପ୍ଲେଟ୍‌ଲେଟ୍ସକୁ ବଢ଼ାଯାଇ ପାରିବ ଏବଂ କେମିତି ଡେଙ୍ଗୁରୁ ବହୁତ ଜଲ୍‌ଦି ରିକଭରି ହୋଇପାରିବ। ଆସନ୍ତୁ ଜାଣିବା… ଅମୃତଭଣ୍ଡା ପତ୍ର: ଡେଙ୍ଗୁରେ ପ୍ଲେଟ୍‌ଲେଟ୍ସ ବଢ଼ାଇବା ପାଇଁ ଅମୃତଭଣ୍ଡା ପତ୍ର ଏବଂ ଅମୃତଭଣ୍ଡା ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଡେଙ୍ଗୁ ହୋଇଥିଲେ, ଆପଣ ନିଶ୍ଚୟ ଅମୃତଭଣ୍ଡା ସେବନ କରନ୍ତୁ।

ତୁଳସୀ ପତ୍ର: ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ଏହାର ପତ୍ରଗୁଡ଼ିକୁ ସିଝାଇ, ସେହି ପାଣିକୁ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଇମ୍ୟୁନ ମଜଭୁତ ହୋଇଥାଏ।

ଗିଲୋୟ ଜୁସ୍‌: ଗିଲୋୟ ଜୁସ୍‌ ବି ଡେଙ୍ଗୁରୁ ମୁକ୍ତି ପାଇବାରେ ପ୍ରଭାବଶାଳୀ ହୋଇଥାଏ। ଏହାଦ୍ୱାରା ପ୍ଲେଟ୍‌ଲେଟ୍ସ ବି ବଢ଼ିଥାଏ। ଆପଣ ଗିଲୋୟ ଓ ତୁଳସୀର କାଢ଼ା ତିଆରି କରି ପିଇ ପାରିବେ।

Spread the love