ଘାଟିରେ ଓଲଟିଲା ବସ୍‌ ୧୫ରୁ ଊର୍ଦ୍ଧ୍ୱ ଆହତ

ବାରିପଦା: ଆଜି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେଇଛି। ଫଳରେ ଟ୍ରକ୍‌ ଓଲଟିପଡ଼ିଥିବା ବେଳେ ବସ୍‌ଟି ଘାଟି ତଳକୁ ଖସିପଡ଼ି। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ନେଇ କିଛି ଖବର ମିଳିନି।
ସାଇଶଙ୍କର ନାମକ ବସ୍‌ଟି ଆଜି ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର ଯାଉଥିଲା। ବସ୍‌ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିଲେ। ତେବେ ରାତି ପ୍ରାୟ ଗୋଟାଏ ବେଳେ ଜାମଦା ବ୍ଲକ୍‌ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ ଏକ ଟ୍ରକ୍‌ ବସ୍‌ର ପଛକୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଓଲଟି ପଡ଼ିବା ସହ ବସ୍‌ଟି ମଧ୍ୟ ଘାଟିର ପ୍ରାୟ ୨୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ତେବେ ଏଥିରେ କାହାର ମୃତ୍ୟୁ ହୋଇଛି କି ନାହିଁ, ସେନେଇ ତଥ୍ୟ ମିଳିପାରିନି। ଖବର ପାଇ ଆନନ୍ଦପୁର ପୁଲିସ ପହଞ୍ଚିଛି। ପୁଲିସ କର୍ମଚାରୀ ଏବଂ ରାସ୍ତାରେ ଯାଉଥିବା ଅନ୍ୟ ବସ୍‌ର ଯାତ୍ରୀମାନେ ଗୁରୁତର ଓ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍‌ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି।
Spread the love