ଟମାଟୋ ବିକି ରୋଜଗାର କରିଥିଲେ ଲକ୍ଷାଧିକ ଟଙ୍କା : ହତ୍ୟା କରି ଲୁଟିନେଲେ ଚୋର

ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମୋଟ ଚୋରି ତ ଆଉ କେଉଁଠି ମାରପିଟ ଓ ହତ୍ୟା । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି । ତେବେ ଏହି ଟମାଟୋ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣେ ସଫଳ ଚାଷୀଙ୍କର ଶେଷରେ ଟଙ୍କା ପାଇଁ ହିଁ ଜୀବନ ଚାଲିଯାଇଛି ।ଆନ୍ଧ୍ରପ୍ର‌ଦେଶର ଜଣେ ୬୨ ବର୍ଷୀୟ ବ୍ୟକ୍ତି ରାଜଶେଖର ରେଡ୍ଡି ଟମାଟୋ ଚାଷ କରନ୍ତି । ଜୁଲାଇ ପ୍ରଥମ ସପ୍ତାହରେ ସେ ୩୦ ଲକ୍ଷ ଟଙ୍କାର ଟମାଟୋ ବିକ୍ରି କରିଥିଲେ ।

ତେବେ ଏହି ଲାଭ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ରାଜଶେଖର ରେଡ୍ଡିଙ୍କ ପରିବାର ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯେ ଏହି ହତ୍ୟା ମାମଲାରେ କିଛି ଡକାୟତଙ୍କ ସମେତ ଅନ୍ୟ କିଛି ବ୍ୟବସାୟୀ ମଧ୍ୟ ସାମିଲ ଅଛନ୍ତି ।ରାଜଶେଖର ରେଡ୍ଡିଙ୍କୁ ପିଟିପିଟି ହତ୍ୟା କରାଯାଇଛି । ସେ ବାଇକ୍‌ ଚଲାଉଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ । ତାଙ୍କ ପାଟିରେ କପଡ଼ା ଭର୍ତ୍ତି କରି ସେମାନେ ହାତ ବାନ୍ଧି ପକାଇଥିଲେ ଏବଂ ଏହାପରେ ତାଙ୍କୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Spread the love