ରାଜ୍ୟରେ ଗୋଟିଏ ବି ନାହିଁ ଫାଷ୍ଟଟ୍ରାକ କୋର୍ଟ, ଖସିଯାଉଛନ୍ତି ଅପରାଧୀ, ଅଚିନ୍ତାରେ ସରକାର- ପ୍ରଦିପ୍ତ ନାୟକ

ରାଜ୍ୟରେ ଯେଉଁଭଳି ଭାବେ ମହିଳାଙ୍କ ଉପରେ ଦୁଷ୍କର୍ମ  ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ । ରାଜ୍ୟରେ ପୋଲିସ ବିଭାଗ କାମ କରୁନି ।  ଅପରାଧୀମାନଙ୍କର ଆଉ ପୋଲିସ ପ୍ରତି ଭୟ ନାହିଁ ।  ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨ଟି, ତାମିଲନାଡୁରେ ୬୯ଟି, ପଶ୍ଚିମ ବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ କୋର୍ଟ ଅଛି । ମାତ୍ର ଓଡିଶାରେ ଏହାର ସଂଖ୍ୟା ହେଉଛି ଶୂନ । ରାଜ୍ୟ ସରକାର କାହିଁକି ଏବେ ସୁଦ୍ଧା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନା କରିନାହାନ୍ତି ତାର ଜବାବ ଦିଅନ୍ତୁ । ଯଦି ଦେଶର ଅନ୍ୟ ରାଜ୍ୟମାନେ ଫାଷ୍ଟଟ୍ରାକ କୋର୍ଟ ବସାଇ ପାରିଲେ ଓଡିଶା ସରକାର କାହିଁକି ପାରଲିା ନାହିଁ ଏହାର ଉତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ ।
ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଛନ୍ତି । ହେଲେ ଓଡିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ । ୫ ଥର ପାଇଁ କ୍ରମାଗତ ଶାସନରେ ରହିଲା ପରେ ବି ରାଜ୍ୟ ସରକାର ଗଣଦୁଷ୍କର୍ମ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠନ କରିପାରିଲେ ନାହିଁ ଏବେ କହୁଛନ୍ତି କୋର୍ଟ ସ୍ଥାପନା କରିବେ ବୋଲି । ରାଜ୍ୟ ସରକାର ଏହି ନିଷ୍ପତି ସେପ୍ଟେମ୍ବର ମାସରୁ ନେଲେଣି । ଏବେ ସୁଦ୍ଧା ୩ ମାସ ବିତିଗଲାଣି ହେଲେ ଏହା ଉପରେ କିଛି ଅଗ୍ରଗତି ହୋଇନାହିଁ ବୋଲି ଶ୍ରୀ ନାଏକ କହଛିନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ବର୍ତମାନ ମାତ୍ର ୬ଟି ମହିଳା ଥାନା ଅଛି । କାହିଁକି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ସ୍ଥାପନା ହୋଇପାରିନାହିଁ । ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ମାତ୍ର ୬ଟି ମହିଳା ଥାନା ଯଥେଷ୍ଟ ନୁହେଁ ।

ରାଜ୍ୟ ସରକାର ୨ ମାସ ଭିତରେ ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ମହିଳା ଥାନା ସ୍ଥାପନା କରନ୍ତୁ । ରାଜ୍ୟରେ ପୋଲିସ ବିଭାଗରେ ଏକ ସ୍ପେସିଆଲ ସ୍କ୍ୱାର୍ଡ ଗଠନ ହେଉ । ଯେତେ ବି ବଳାକ୍ରାର ମାମାଲା ଆସୁଛି ସେ ସମସ୍ତ ମାମଲାର ତଦନ୍ତ ସେହି ସ୍ପେସିଆଲ ସ୍କ୍ୱାର୍ଡ କରୁ । ପ୍ରଦିପ୍ତ କହିଛନ୍ତି ଯେ, ୨୦୧୬ରେ ୧୯୨୮ଟି ବଳାକ୍ରାର ଘଟଣା ଘଟିଥିଲା । ୨୦୧୭ରେ ୨୨୨୧ଟି ଦୁଷ୍କର୍ମ ଘଟଣାର ରିପୋର୍ଟ ଆସିଥଲିା । ୨୦୧୮ ମସିହାରେ ୨୫୦୨ ଟି ବଳାକ୍ରାର ଘଟଣା ଘଟିଥଲିା । ୨୦୧୯ ବର୍ଷରେ ନଭେମ୍ବର ମାସ ସୁଦ୍ଧା ୧୧୪୯ ଦୁଷ୍କର୍ମ ଘଟଣା ପୋଲିସରେ ରେକର୍ଡ ହୋଇଛି ।   ୧୫ ଡିସେମ୍ବରରେ ଭବାନିପାଟଣାରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ଗଣବଳାକ୍ରାର ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାମଗୁଡା ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଥବିା ବେଳେ ପୋଲିସ ଏଯାଏଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ପୁରୀରେ ପୋଲିସ କଲୋନୀରେ ଜଣେ ଯୁବତିଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।   ପୁରୀରେ ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ଦୁଇ ଦିନ ତଳେ ଦୁର୍ଷ୍କମ କରାଯାଇଛି ।

ମୟୁରଭଞ୍ଜର ରାଇରଙ୍ଗପୁର ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଥିଲେ ।  ସ୍ମୀତାରାଣି ଘଟଣାରୁ ଆଜି ଯାଏଁ ପରଦା ଉଠିଲା ନାହିଁ । ବହଚୁର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ଆଜି ଯାଏ ଦୋଷୀ  ଧରାପଡିଲା ନାହିଁ । ପିପିଲି ଗଣଦୁର୍ଷ୍କମ ଘଟଣାରେ ପୋଲିସର ଅପାରଗତା ପାଇଁ ଅପରାଧୀମାନେ ଅଦଲାତରୁ ଖସିଗଲେ । ଏତେ ମହିଳା ଦୁର୍ଷ୍କମ ପରେ କେବେ ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗବି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love