ଭାରତୀୟ ପର୍ଯ୍ୟଟକ ଏବେ ଫ୍ରାନ୍ସରେ UPIରୁ କରିପାରିବେ ପେମେଣ୍ଟ୍‌, ଏଫିଲ୍‌ ଟାଓ୍ଵାରରୁ ହେବ ଶୁଭାରମ୍ଭ: ପିଏମ୍‌ ମୋଦି

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭଲ ଖବର। ବହୁତ ଜଲ୍‌ଦି ସେମାନେ ଫ୍ରାନ୍ସରେ ୟୁପିଆଇ(UPI) ବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ ଉପଯୋଗ କରି ପେମେଣ୍ଟ୍‌ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ଭାରତୀୟଙ୍କୁ ସମ୍ବୋଧିତ କରି ଏହା ଘୋଷଣା କରିଛନ୍ତି।

ପ୍ରାଥମିକ ଭାବେ ଭାରତୀୟ ପର୍ଯ୍ୟଟକ ପ୍ୟାରିସ୍‌ରେ ଏଫିଲ୍‌ ଟାଓ୍ଵାରର ପ୍ରଥମ ଏବଂ ଦ୍ୱିତୀୟ ସ୍ତର ପର୍ଯ୍ୟନ୍ତ ଯିବା ପାଇଁ ଭାରତୀୟ ମୁଦ୍ରାରେ ଟିକେଟ୍‌ କିଣିପାରିବେ।

ମୋଦି କହିଛନ୍ତି ଯେ ‘ଫ୍ରାନ୍ସରେ ୟୁପିଆଇ ଉପଯୋଗ କରିବା ଉପରେ ଭାରତ ଏବଂ ଫ୍ରାନ୍ସ ସହମତ ହୋଇଛନ୍ତି। ଆଗାମୀ ଦିନରେ ଏଫିଲ୍‌ ଟାଓ୍ଵାରରୁ ଏହାର ଶୁଭାରମ୍ଭ ହେବ, ଯାହାର ଅର୍ଥ ହେଉଛି ଭାରତୀୟ ପର୍ଯ୍ୟଟକ ଏବେ ଟଙ୍କାରେ ପେମେଣ୍ଟ୍‌ କରିପାରିବେ’। ଏଣିକି, ଫ୍ରାନ୍ସ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କୁ ଭାରତୀୟ ମୁଦ୍ରାରେ ପେମେଣ୍ଟ୍‌ କରିବାକୁ ସୁବିଧା ହେବ।

ପ୍ୟାରିସ୍‌ରେ ଲା ସିନ୍‌ ମ୍ୟୁଜିକଲ୍‌ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପିଏମ୍‌ ମୋଦି କହିଛନ୍ତି କି, ଭାରତର ୟୁପିଆଇ ହେଉ କି ଅନ୍ୟାନ୍ୟ ଡିଜିଟାଲ ପ୍ଲାଟ୍‌ଫର୍ମ, ଦେଶରେ ଏକ ବଡ଼ ସାମାଜିକ ପରିବର୍ତ୍ତନ ଆଣିଛି। ବହୁତ ଜଲ୍‌ଦି ଭାରତୀୟ ପର୍ଯ୍ୟଟକ ଏଫିଲ୍‌ ଟାଓ୍ଵାରରେ ବି UPI ମାଧ୍ୟମରେ ପେମେଣ୍ଟ୍‌ କରିପାରିବେ। ଭାରତ ଏବଂ ଫ୍ରାନ୍ସ ଏ ଦିଗରେ ମିଶିକି କାମ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି।

ସୂଚନାଥାଉ କି, ୨୦୨୨ରେ UPI ସେବା ଦେଉଥିବା ପ୍ରମୁଖ ସଂସ୍ଥା ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ(NPCI) ଫ୍ରାନ୍ସର ଅନଲାଇନ୍‌ ପେମେଣ୍ଟ ସିଷ୍ଟମ୍‌ ‘ଲାୟରା’ ସହିତ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା।

Spread the love