‘ସୀମା ଡ୍ରାମା କରୁଛି, ଆଜି ହିନ୍ଦୁ ଧର୍ମ ନେଇଛି କାଲି ଖ୍ରୀଷ୍ଟିୟାନ୍‌ ବନିଯିବ’

ନୂଅଦିଲ୍ଳୀ: ନିଜର ୪ ପିଲାଙ୍କୁ ସାଥୀରେ ନେଇ ପ୍ରେମିକ ସଚିନଙ୍କ ସହ ରହିବାକୁ ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିବା ସୀମା ହାଇଦରଙ୍କୁ ନେଇ ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି। କେହି କେହି ସୀମାଙ୍କୁ ସମର୍ଥନ କରୁଛନ୍ତି ତ ପୁଣି କେହି ତାଙ୍କର ନିନ୍ଦା ବି କରୁଛନ୍ତି। ସୀମାଙ୍କ ପିଲାଦିନର ସାଙ୍ଗ ବୋଲି କହୁଥିବା ଜଣେ ପାକିସ୍ତାନୀ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଯୁବତୀ ଜଣକ ସୀମାଙ୍କୁ ଖୁବ୍ ଭଲ ଭାବେ ଜାଣନ୍ତି‌ ବୋଲି ଦାବି କରିବା ସହ ସେ ଜଣେ ପ୍ରତାରକ ବୋଲି କହିଛନ୍ତି। ଭାଇରାଲ୍‌ ଭିଡିଓରେ ଯୁବତୀ କହୁଥିବାର ଶୁଣିବାକୁ ମିଳିଛି, ‘ମୁଁ ସୀମାକୁ ପିଲାଦିନରୁ ଜାଣିଛି। ତା’ର ଆଚରଣ ହିଁ ଏହିପରି। ସେ ହିନ୍ଦୁ ଏବଂ ପାକିସ୍ତାନୀମାନଙ୍କୁ ଧୋକା ଦେଉଛି। ସୀମା ଯେପରି ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁ ବନିଛି, ସେହିପରି ହିନ୍ଦୁଧର୍ମ ଛାଡ଼ି ଖ୍ରୀଷ୍ଟିୟାନ୍‌ ବି ବନିଯିବ। ସେ ଖୁବ୍ ବଡ଼ ଧୋକାବାଜ୍‌। ତା’ର ଅନେକ ବନ୍ଧୁ (ପୁରୁଷ) ଅଛନ୍ତି। ତାକୁ କେବେ ବି ଶାନ୍ତି ମିଳେନି। ସୀମା ଭାରତ ଯାଇ କ୍ରିକେଟ୍‌ ମ୍ୟାଚ୍‌ ଦେଖିବ ବୋଲ କହୁଥିଲା ଓ ଏବେ ଡ୍ରାମା ଅ‌ାରମ୍ଭ କରିଦେଲା।’

ସୀମା ପାକିସ୍ତାନ ଛାଡ଼ି ଭାରତ ଆସିବା ନେଇ ଅସନ୍ତୁଷ୍ଟ ଅଛନ୍ତି ପାକିସ୍ତାନୀମାନେ। ସମସ୍ତଙ୍କ ମୁହଁରେ ଏବେ ସଚିନ୍ ଏବଂ ସୀମା ‌ହାଇଦରଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ଅନେକ ଦାବି ହୋଇସାରିଛି। ଏବେ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିଛି, ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ୨୬/୧୧ଭଳି ଆକ୍ରମଣ କରିବାକୁ ଧମକ ଦେଇଛି।

Spread the love