ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ଏନ୍‌ଆଇଇଏମ୍ ଦିଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ ସର୍ବୋତ୍ତମ

ଭୁବନେଶ୍ୱର,୧୫/୭: ଏନ୍‌ଆଇଇଏମ୍ ଦିଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ, ଭୁବନେଶ୍ୱର. ଭାରତରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ଏକ ଅଗ୍ରଣୀ ଅନୁଷ୍ଠାନ । ଓଡିଶାରେ ୨୦୧୫ ମସିହାରୁ ଯୁବପିଢ଼ି ମାନଙ୍କୁ ଏହି ଇଭେଣ୍ଟ ଆଉ ଏଣ୍ଟେରଟେନମେଣ୍ଟ କ୍ଷେତ୍ରରେ ଇଭେଣ୍ଟର ଶିକ୍ଷାଗତ ଯୋଗ୍ୟତା ଦେବା ସହିତ ନୂତନ ରୋଜଗାରର ପଥ ଦେଖାଇ ଆସିଛି । ଦୀର୍ଘ ୭ ବର୍ଷ ହେଲା, ଆମ ଅନୁଷ୍ଠାନ ପ୍ରତିବର୍ଷ ୭୦ ପାଖାପାଖି ଛାତ୍ରଛାତ୍ରୀଙ୍କୁ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପ୍ରଦାନ କରି ଆସୁଛି । ଆମ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ପ୍ଲେସମେଣ୍ଟ ଜରିଆରେ ଭାରତର ପ୍ରମୁଖ ଇଭେଣ୍ଟ ଏବଂ ଏଣ୍ଟେରଟେନମେଣ୍ଟ, ଟିଭି, ମିଡିଆ, ଏନଜିଓ, ହୋଟେଲ ଇତ୍ୟାଦିରେ ଚାକିରି ପାଇବା ସହ ନିଜେ ମଧ୍ୟ ବ୍ୟବସାୟିକ ଉଦ୍ୟୋଗୀ ହୋଇ ପାରିଛନ୍ତି । ଏନଆଇ ଏମଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଏହାର ସପ୍ତମ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ଭଞ୍ଜାକାଳା ମଣ୍ଡପରେ । ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ, ଶ୍ରୀମୟୀ ମିଶ୍ର, ଚେୟାର ପରସନ ଓବି ଆଣ୍ଡ ଓସି ଡବ୍ଲ୍ୟୁଡବ୍ଲ୍ୟୁ ବୋର୍ଡ ଓଡିଶା ସରକାର, ଷ୍ଟେଟ ଜେନେରାଲ ସେକ୍ରେଟାରି ବିଜେଡି, ପୂର୍ବତନ ଅଧ୍ୟକ୍ଷ ଓଟିଡିସି. ଏବଂ ସେଲେବ୍ରିଟି ଗେଷ୍ଟ ଭାବେ ଯୋଗ ଦେବେ ଆକାଶ ଦାଶ ନାୟକ ଏବଂ ଇଭେଣ୍ଟର ଆରମ୍ଭରେ ସମ୍ମାନିତ ଅତିଥି ଓ ଅନୁଷ୍ଠାନର ନିର୍ଦ୍ଦେଶକ ରଞ୍ଜିତ ସାହୁଙ୍କୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅନୁଷ୍ଠାନ ଛାତ୍ରମାନଙ୍କ ଦ୍ୱାରା ପାରମ୍ପାରିକ ନୃତ୍ୟ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ଦ୍ୱାରା, ସମ୍ମାନିତ ଅତିଥି ମାନଙ୍କୁ ଅଭିବାଦନ ପ୍ରଦାନ କରିବା, ଅତିଥି ମାନଙ୍କ ଦ୍ୱାରା ଆମର ୨୦୧୧ – ୨୨ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ପୂର୍ବରୁ ବଛା ଯାଇଥିବା କିଛି ପୁରୁଣା ବ୍ୟବସାୟିକ ଉଦ୍ୟୋଗୀ ଓ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୱର୍ଦ୍ଧିତ ମଧ୍ୟ କରାଯିବ । ସମଗ୍ର ଦେଶ ଏବଂ ରାଜ୍ୟ ଚାକିରି ସଙ୍କଟ ଦେଇ ଗତି କରୁଥିବା ବେଳେ ଆମର ଅନୁଷ୍ଠାନ ସଫଳତାର ସହ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପରେ ଉଚ୍ଚସ୍ତରୀୟ ରୋଜଗାର କ୍ଷମତା ପ୍ରଦାନ କରିଆସିଛି । ଏନଆଇଇଏମ ଛାତ୍ରମାନଙ୍କ ପ୍ରତି ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପରେ ସର୍ବୋତ୍ତମ କ୍ୟାରିୟର ଏବଂ ଚାକିରି ପାଇଁ ଆମେ ପ୍ରତିଶ୍ରୁତି ଦେଇଛୁ, ବର୍ତ୍ତମାନ ଦିନରେ ଯେଉଁଠାରେ ଆମେ ବେକାରି ଏବଂ ଚାକିରି କମ୍ ପରିସ୍ଥିତିକୁ ଦେଖିପାରୁଛୁ, ସେଇଠାରେ ୨୦୧୫ ଠାରୁ ପ୍ରତିବର୍ଷ ନିଯୁକ୍ତି ସୃଷ୍ଟି କରିଆସୁଛୁ । ଛାତ୍ରୀ ଛାତ୍ରମାନେ ଚ୍ୟାଲେଞ୍ଜଗୁଡ଼ିକ ଗ୍ରହଣ କରୁଛନ୍ତି ଏବଂ ସର୍ବୋତ୍ତମ ଇଭେଣ୍ଟ ଏବଂ ମନୋରଞ୍ଜନ କମ୍ପାନୀ ଗୁଡିକରେ ଚାକିରି କ୍ଷେତ୍ରରେ ଯୋଗ ଦେଉଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଛାତ୍ର ଛାତ୍ରୀ ମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏବଂ ନିଜକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି । ଏହି ଭଳି ଆମେ ଏନଆଇଇମ ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଜରିଆରେ ଆମର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ବୃତ୍ତି ଯୋଗାଇ ଦେବା ପାଇଁ ପ୍ରତିଜ୍ଞାବଧ ।

Spread the love