ଟ୍ରକ ଓଲଟିବାରୁ ପରିବା ନେଲେ ବୋହି

ଓଲଟିଲା ଟ୍ରକ, ପରିବା ବୋହି ନେଲେ ଲୋକ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଟାଟାରକିଲା ଛକ ନିକଟରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ। ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ସବୁ ପରିବା ତଳେ ବୋଝେଇ ହୋଇ ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଯିଏ ଯେଉଁଥିରେ ପାରିଲା ବୋହି ନେଲା। ବ୍ୟାଗ ଓ ବସ୍ତାରେ ବୋଝେଇ ନେଇଗଲେ। ହେଲେ ଦୁର୍ଘଟଣାାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ।

Spread the love