ପ୍ରଶ୍ନପତ୍ର ଲିକ୍‌ ପାଇଁ ଡିଲ ବେଳେ ଚଢଉ, ୧୦ ଦଲାଲ ଗିରଫ

ପ୍ରଶ୍ନପତ୍ର ଲିକ୍‌ ପାଇଁ ଡିଲ ବେଳେ ବଡ଼ଧରଣର ଚଢଉ। ବାଲେଶ୍ୱର ଦୀଘାର ଏକ ହୋଟେଲରେ ଡିଲ୍‌ ବେଳେ ବାଲେଶ୍ୱର ସାଇବର ଥାନା ଓ ତଳସାରୀ ମେରାଇନ ଥାନା ପୋଲିସ ମିଳିତ ଚଢଉ କରିଥିଲେ। ଚଢଉ ବେଳେ ୧୦ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହାର କିଙ୍ଗପିନ୍‌ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଠାରୁ ୪ଟି କାର୍‌, ୨ଟି ଟ୍ରଭେଲର ଓ ଗୋଟିଏ ବସ ଜବତ କରାଯାଇଛି। ଷ୍ଟାପ ସିଲେକ୍ସନର କମନ ଗ୍ରାଜୁଏସନ ଲେଭେଲ CGL- ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଲିକ୍‌ ବେଳେ ୨୦ଜଣିଆ ସ୍ୱତନ୍ତ୍ର ଟିମ୍‌ ଚଢଉ କରିଥିଲା। ସରକାରୀ ଚାକିରି ପାଇଁ ଅର୍ଥ କାରବାର ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶରେ ହୋଇଥିଲା ଚଢଉ।

Spread the love